BREAKING
Loading...
:

ନିର୍ବାଚନ ଅଧିକାରୀ ତାଲିମ ନେଲେ।


କୋରାପୁଟ :କୋରାପୁଟ ପୌର ପରିଷଦ ନିର୍ବାଚନ ନିମନ୍ତେ ନିୟୋଜିତ ନିର୍ବାଚନ ଅଧିକାରୀମାନଙ୍କୁ ସ୍ଥାନୀୟ ଅଡିଟୋରିୟମଠାରେ ତାଲିମ ପ୍ରଦାନ କରାଯାଇଥିବା ଜଣାପଡିଛି। ମାଷ୍ଟର ଟ୍ରେନର ତଥା କୋରାପୁଟ ତହସିଲଦାର ରଞ୍ଜନ କୁମାର ମାନସେଠ ଉପସ୍ଥିତ ନିର୍ବାଚନ ଅଧିକାରୀମାନଙ୍କୁ ଇଭିଏମ ସଂପର୍କରେ ତାଲିମ ପ୍ରଦାନ କରିଥିଲେ।କୋରାପୁଟ ପୌର ପରିଷଦର ୨୧ ଟି ୱାର୍ଡ ନିମନ୍ତେ ନିୟୋଜିତ ପ୍ରିଜାଇଡିଂ ଅଫିସର, ଫାର୍ଷ୍ଟ ପୋଲିଂ ଅଫିସର, ସେକ୍ଟର ଅଫିସର ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିବା ନିର୍ବାଚନ ଅଧିକାରୀ ତଥା କୋରାପୁଟ ଉପ ଜିଲ୍ଲାପାଳ ଲଲିତ କୁମାର କହଁର ସୂଚନା ଦେଇଛନ୍ତି। କୋରାପୁଟ ପୌର ପରିଷଦ ଅଧିକାରୀ ସ୍ଵସ୍ତିକ ଜମାଦାର, ସହକାରୀ ଜିଲ୍ଲାପାଳ ସୁଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


କୋରାପୁଟ ଜିଲ୍ଲା ରୁ ମହେଶ୍ ନାଏକ ଙ୍କ ରିପୋର୍ଟ ମଣି ଭଦ୍ରା ଖବର

Post a Comment

Previous Post Next Post
Header ADS