BREAKING
Loading...
:

କାର୍ଯ୍ୟରେ ଅବହେଳା ଯୋଗୁଁ ବିଡ଼ିଓଙ୍କ ଦୃଢ଼ ପଦକ୍ଷେପ


 ଛାମୁଣ୍ଡିଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ


ଗଣିଆ ୧୪/୦୩(ମଣିଭଦ୍ରା ଖବର) ଗଣିଆ ବ୍ଳକ ଛାମୁଣ୍ଡିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ । ଉକ୍ତ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ମଳୟ ରଞ୍ଜନ ପଟ୍ଟନାୟକ ସୋମବାର ଦିବା ୧୨ ଘଟିକା ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ । ବିଡ଼ିଓ ଏ ସମ୍ପର୍କରେ ଜାଣିବା ପରେ ତାଙ୍କ ବିପକ୍ଷରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ୧୬ ତାରିଖ ମଧ୍ୟରେ ଅନୁପସ୍ଥିତ କାରଣ ନଜଣାଇଲେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ନୋଟିସରେ ଉଲ୍ଲେଖ କରିଛନ୍ତି । ଏହାର ଏକକିତା ନକଲ ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଥିବା ଜଣାପଡ଼ିଛ । ବିଡ଼ିଓଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବା ବେଳେ ବ୍ଳକ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

By Debi prasad Dash

Post a Comment

أحدث أقدم
Header ADS