ଗଣିଆ : (ମଣିଭଦ୍ରା ଖବର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ନିର୍ବାଚନର ମହାପର୍ବ ବ୍ଳକ ଅଧ୍ୟକ୍ଷ ପାଇଁ ଆଜି ହେବ ମତଦାନ । ଦୀର୍ଘ ଦିନ ହେବ ବ୍ଳକ ଅଧ୍ୟକ୍ଷ ପାଇଁ ଛକାପଞ୍ଝା ଲାଗି ରହିଥିଲା । ଗଣିଆ ବ୍ଲକରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ଯାହାକି ଆଜି ଅନ୍ତ ହେବାକୁ ଯାଉଛି । ନିଜ ନିଜର ପ୍ରାର୍ଥୀଙ୍କୁ ବ୍ଳକ ଅଧ୍ୟକ୍ଷ ଆସନରେ ବସାଇବା ଲାଗି ଜୋରଦାର ଉଦ୍ୟମ ଲାଗିରହିଛି । ସମିତି ସଭ୍ୟ ନିର୍ବାଚନ ଶେଷ ଦିନରୁ କିଛି ସମିତି ସଭ୍ୟ ଅଜ୍ଞାତବାସରେ ଅଛନ୍ତି । ତେବେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଗୋଟି ଚାଳନା ଶେଷରେ ସଫଳ ହେବାକୁ ଯାଉଛି ! ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମର୍ଥନ ତଥା ବିଜୁ ଜନତା ଦଳର ସମର୍ଥନରେ ନିର୍ବାଚନରେ ବିଜୟୀ ଲାଭ କରିଥିବା ଆଡକଟା ସମିତିସଭ୍ୟା 
ଝୁନା ଜେନା ଆପାତତଃ ବ୍ଳକ ଅଧ୍ୟକ୍ଷ ହୋଇ ପାରନ୍ତି । ୮ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ବିଜୟ ପାଇଁ ୫ ଜଣ ଆବଶ୍ୟକ ହେଉଥିବା ବେଳେ ବିଧାୟକଙ୍କ କ୍ୟାମ୍ପରେ ୫ ଜଣ ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଆମ ଆକଳନ ଯଦି ସଠିକ୍ ହୁଏ ତେବେ ଏଥର ବ୍ଳକ ଅଧ୍ୟକ୍ଷ ପଦବୀ ଆଡକଟା ପଞ୍ଚାୟତକୁ ଯିବ !
By Debi prasad Dash
إرسال تعليق