BREAKING
Loading...
:

ଗଣିଆରେ ଚଳିତ ମାସ ୨୨ତାରିଖରେ ଚାରିଦୋଳ ଯାତ୍ରା




ଚାରିଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଗଣିଆ : ( ମଣିଭଦ୍ରା ଖବର) ଗଣିଆରେ ଚାରିଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସରପଞ୍ଚ ଗିରିଧାରୀ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନାଏବ ସରପଞ୍ଚ ପ୍ରମିଳା ବେହେରା, ସମିତି ସଭ୍ୟ ଫକୀର ମୋହନ ଡାକୁଆ, କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ଓ୍ବାର୍ଡ ସଭ୍ୟ ଉପସ୍ଥିତ ଥିଲେ । ଚଳିତ ମାସ ୨୨ ତାରିଖରେ ଚାରିଦୋଳ ଯାତ୍ରା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା । 

ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ ଧୁମଧାମରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଦର୍ଶକ ମାନଙ୍କର ମନୋରଞ୍ଜନ ପାଇଁ  ନୟାଗଡ ଭୁତୁଡି ଗ୍ରାମର ଦଣ୍ଡକାଶୁର ବଧ ନାଟକ ପରିବେଷଣ କରାଯିବା ପାଇଁ ସ୍ଥିର କରାଯାଇଥିଲା । 


By Debi prasad Dash

Post a Comment

Previous Post Next Post
Header ADS