BREAKING
Loading...
:

ସକାଳର ତାଜା ଖବର


 *ଖବର ଆଜିର*

ତାରିଖ ୦୭-୦୩-୨୦୨୨/ସୋମବାର


୧-୨୦୨୨ ଆଇପିଏଲ୍ ଖେଳସୂଚୀ ଜାରି, ମାର୍ଚ୍ଚ ୨୬ରେ ଚେନ୍ନାଇ-କୋଲକତା ମଧ୍ୟରେ ପ୍ରଥମ ମ୍ୟାଚ୍ ।


୨-ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟେଷ୍ଟ  ମାତ୍ର ୩ ଦିନରେ ଶେଷ ହୋଇଛି। ଅଧିନାୟକ ଭାବେ ରୋହିତ୍‌ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ ଟିମ ଇଣ୍ଡିଆ ଇନିଂସ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ଭାରତ ଦୁଇମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି।


୩-ବିଏମସି ମେୟର ପାଇଁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ।


୪-ଋଷରେ ସେବା ବନ୍ଦ କଲା ମାଷ୍ଟରକାର୍ଡ: ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ନେଲା ଏଭଳି ପଦକ୍ଷେପ .


୫-ଓଡିଶା ବିଧାନସଭାର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ ହୋଇଛି। ଶନିବାରଠାରୁ ଏହା ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା  ମଧ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। 


୬-୭୬ଟି ବିମାନରେ ୟୁକ୍ରେନରୁ ଭାରତ ଫେରିଲେ ୧୫,୯୨୦ ଛାତ୍ରଛାତ୍ରୀ: ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ।

୭-ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ମହିଳା ବିଶ୍ୱକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଭାରତ ପ୍ରଥମ ମ୍ୟାଚ୍ ଖେଳିଥିବା ବେଳେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନ୍ରେ ପରାସ୍ତ କରିଛି  ।

 

୮-ଭିନିତ୍ସିୟା ସହର ଉପରେ ୮ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ, ଧ୍ବଂସ ହେଲା ବିମାନବନ୍ଦର ।


୯-ରୁଷର ସର୍ତ୍ତ ପୂରଣ ପରେ ହିଁ ୟୁକ୍ରେନ ଉପରେ ହେଉଥିବା ଆକ୍ରମଣ ବନ୍ଦ ହୋଇପାରିବ: ପୁଟିନ୍ ।


୧୦-ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ପଢ଼ିବାକୁ ସୁଯୋଗ ଦିଆଗଲେ ଓଡ଼ିଶା ଦେବ ସମର୍ଥନ: ମୁଖ୍ୟମନ୍ତ୍ରୀ ।


୧୨-ସଚିନଙ୍କ ରେକର୍ଡର ସମକକ୍ଷ ହେଲେ ମିଥାଲି ରାଜ । ପ୍ରଥମ ମହିଳା କ୍ରିକେଟର ଭାବେ ଖେଳିଲେ ୬ଟି ବିଶ୍ୱକପ୍ ।


୧୩-ଆଜି ସରିବ ପୌର ନିର୍ବାଚନର ପ୍ରାର୍ଥିପତ୍ର ଦାଖଲ: ଦଳଙ୍କୁ ଘାରିଛି ବିଦ୍ରୋହ ଡର ।


୧୪-ବିଧାନପରିଷଦ ଗଠନ ପ୍ରସଙ୍ଗରେ ବାଚସ୍ପତିଙ୍କ ସୂଚନା- କେନ୍ଦ୍ର ମାଗିଛି ତଥ୍ୟ, ଶୀଘ୍ର ଦିଆଯିବ ଉତ୍ତର ।


୧୫-କାହା କଥା ଶୁଣୁ ନାହାନ୍ତି ପୁଟ୍ଟିନ୍‌: କହିଲେ, ‘ପ୍ରଥମେ ଅସ୍ତ୍ର ଛାଡୁ ୟୁକ୍ରେନ୍‌, ପରେ ଯାଇ ବନ୍ଦହେବ ଯୁଦ୍ଧ’ ।


୧୬-ଚୂଡାନ୍ତ ପର୍ଯ୍ୟାୟରେ ‘ଅପରେସନ ଗଙ୍ଗା’, ଏବେ ସୁମିରେ ଅଟକିଥିବା ଲୋକଙ୍କୁ ବାହାର କରିବା ଉପରେ ଗୁରୁତ୍ୱ 

By Debi prasad dash

Post a Comment

Previous Post Next Post
Header ADS