BREAKING
Loading...
:

ସାମାଜିକ କର୍ମୀ ଟିଟନ ସାହୁଙ୍କୁ ମିଳିଲା ବିଜୁ ପଟ୍ଟନାୟକ ସେବା ସମ୍ମାନ


 ସାମାଜିକ କର୍ମୀ ଟିଟନ ସାହୁଙ୍କୁ ମିଳିଲା ବିଜୁ ପଟ୍ଟନାୟକ ସେବା ସମ୍ମାନ

ଭୂବନେଶ୍ବର( ମଣିଭଦ୍ରା ଖବର) ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ଖୁବ୍ କମ୍ ସମୟ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଛନ୍ତି ଯୁବ ସମାଜସେବୀ ଟିଟନ ସାହୁ । ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ସିଧାମୂଳା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଟିଟନ ଏବେ ଭୂବନେଶ୍ବରରେ ରହୁଛନ୍ତି । ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ସେ ନିଜର ସେବା କାର୍ଯ୍ୟ ଜାରି ରଖିଛନ୍ତି । ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ତାଙ୍କୁ ବିଜୁ ପଟ୍ଟନାୟକ ସେବା ସମ୍ମାନ ପ୍ରଦାନ କରାଯାଇଛି । କଳିଙ୍ଗ ଏଜୁକେସନାଲ ଆଣ୍ଡ ସୋସିଆଲ ଓ୍ବେଲଫେୟାର ଟ୍ରଷ୍ଟ ତରଫରୁ ରାଜ୍ୟ ସ୍ତରୀୟ ବିଜୁ ଜୟନ୍ତୀ ଅବସରରେ ଶ୍ରୀ ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ।


Post a Comment

Previous Post Next Post
Header ADS