ନୂଆଦିଲ୍ଲୀ: ଯୁଦ୍ଧର ନିଆଁରେ ୟୁକ୍ରେନ୍ ଜଳୁଛି । ଅର୍ଥ ପାଇଁ ଥାଳ ଧରି ବିଦେଶ ବୁଲୁଛନ୍ତି ପାକିସ୍ତାନ ମୁଖିଆ । ୟୁକ୍ରେନରେ ୨ ହଜାରରୁ ଅଧିକ ପାକିସ୍ତାନୀ ଫସି ରହିଥିଲେ ମଧ୍ୟ ଇମ୍ରାନ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଯୁଦ୍ଧ ଭୂଇଁରେ ପାକିସ୍ତାନୀ ନାଗରିକଙ୍କୁ ସେମିତି ଛାଡ଼ି ଦେଇ ଗତ ସପ୍ତାହରେ ମସ୍କୋରେ ପୁଟିନଙ୍କୁ ଭେଟିଥିଲେ ଇମ୍ରାନ । ଏବେ ୟୁକ୍ରେନରେ ଋଷ ଘନ ଘନ ଆକ୍ରମଣ କରୁଛି । କେତେବେଳେ ମିଜାଇଲ୍ ତ କେତେବେଳେ ଟ୍ୟାଙ୍କରୁ ଫୁଟୁଛି ଆଖିବୁଜା ଗୁଳି । ତଥାପି ପାକିସ୍ତାନ ନାଗରିକଙ୍କ କଥା ଚିନ୍ତା ନକରି ଅଚିନ୍ତାରେ ଶୋଇଛି ଇମ୍ରାନ ସରକାର ।ଯାହାକୁ ବିରୋଧ କରିଛି ଖୋଦ୍ ପାକିସ୍ତାନ ଦୂତାବାସ । ଆଲଜେରିଆ ସ୍ଥିତ ପାକିସ୍ତାନ ଦୂତାବାସ ପକ୍ଷରୁ ଏକ ଟ୍ୱିଟ୍ କରି କରାଯାଇଛି । ଯେଉଁଥିରେ ପାକିସ୍ତାନ ଦୂତାବାସ ୟୁକ୍ରେନରେ ଫସିଥିବା ପାକିସ୍ତାନ ନାଗରିକଙ୍କୁ ଉଦ୍ଧାର ପାଇଁ ଟଙ୍କା ଦେବାକୁ କହିଛି । ୟୁକ୍ରେନ୍ ଯୁଦ୍ଧକୁ ୭ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପାକିସ୍ତାନୀ ଉଦ୍ଧାର ହୋଇନାହାନ୍ତି । ଏପରିକି କର୍ମଚାରୀଙ୍କୁ ଦରମା ଦେବା ପାଇଁ ଟଙ୍କା ନଥିବା ଟ୍ୱିଟ୍ କରିଛି ପାକିସ୍ତାନ ଦୂତାବାସ ।
إرسال تعليق