ଲକ୍ଷ୍ମୀପୁର.୦୩।୦୩ .କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଳବିଭାଗର ୪ ନମ୍ବର ଟନେଲରେ ରେଳ ରାସ୍ତା ଦୋହରିକରଣ କାର୍ଯ୍ୟରେ ଲାଗିଥିବା ୭୦ ମିଟର ତାର ଜାଲି ଓ ୧୩ଟି ଲୁହା ଏଙ୍ଗେଲ୍ ଚୋରି ଅଭିଯୋଗରେ ଆଜି ଡୋଳିଆମ୍ବ ଗାଁର ଅଭିଳାସ ଗରଡାକୁ ଗିରଫ କରି କୋର୍ଟ୍ ଚାଲାଣ କରାଜାଇଥିବା ଆଇଆଇସି ଶ୍ବେତପଦ୍ମା ସେଠ୍ ପ୍ରକାଶ କରିଛନ୍ତି।ରେଳ ବିଭାଗର ଡବଲ୍ ଲାଇନ୍ କାମ କରୁଥୁବା ଠିକାଦାର ଏ ବାସୁ ଙ୍କ ତରଫରୁ ଲକ୍ଷ୍ମୀପୁର ଥାନାରେ ୨୮ ତାରିଖ ଦିନ ଲିଖିତ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଆଧାରକରି ତଦନ୍ତ ଜାରି ରଖିବା ସହ ଗତ କାଲି ରାତିରେ ଅଭିଳାସକୁ ପୋଲିସ ଗିରଫ କରି ତାଠାରୁ ସମସ୍ତ ସାମଗ୍ରୀ ଉଧାର କରିଥିଲା।ଦିର୍ଘ ଏକ ମାସରୁ ଉର୍ଧ ସମୟ ଧରି ସଂମ୍ପୃକ୍ତ ଅଭିଳାସ ଟନେଲ୍ କାର୍ଯ୍ୟସ୍ତଳି ରୁ ରାତାରାତି ଏଙ୍ଗେଲ୍ ଓ ତାର ଚୋରିକରୁଥିଲା,ଏନେଇ ଠିକାଦାର ଶେଷ ମୁହୁର୍ତରେ ଚୋରିହେଉଥିବା ଜାଣିବ ପରେ ଥାନାରେ ଅଭିଯୋଗ କରିଥିଲା।ଚୋରିଘଟଣା ରେ ଜଣେ ଅଭିଳାସ ହିଁ ସାମିଲ୍ ଥିବା ପୋଲିସ ପ୍ରକାଶ କରିଛି।
Post a Comment