"ହରିଶ୍ଚନ୍ଦ୍ର" ସାମାଜିକ ନାଟକ ମଞ୍ଚସ୍ଥ
ଦଶପଲ୍ଲା ୧୭/୧୧ :- ଦଶପଲ୍ଲା ବ୍ଲକ ସରିଗଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶିମିଳିବେରେଣା ଠାରେ ଶ୍ରୀ ପଞ୍ଚାନନ ଜୀଉଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ପଞ୍ଚାନନ ଯାତ୍ରା କମିଟି ଆନୁକୂଲ୍ୟରେ ଏ ବର୍ଷର ସର୍ବଶ୍ରେଷ୍ଠ ସାମାଜିକ ନାଟକ ହରିଶ୍ଚନ୍ଦ୍ର ମଞ୍ଚସ୍ଥ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ୦୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନି, ସରିଗଣ୍ଡା ପଞ୍ଚାୟତର ସମିତି ସଭ୍ୟ ଅମୀୟ କୁମାର ନାୟକ, ସରପଞ୍ଚଙ୍କ ପ୍ରତିନିଧି ହରିହର ନାୟକ, ଡିହଗାଁ ପଞ୍ଚାୟତର ସମିତି ସଭ୍ୟ ଧ୍ରୁବଚରଣ ପ୍ରଧାନ, ଡିହଗାଁ ପଞ୍ଚାୟତର ସମାଜସେବୀ ଫକୀର ମୋହନ ଦଳେଇ, ନଛିପୁର ପଞ୍ଚାୟତ ସମିତି ସଭ୍ୟ ପଦ୍ମଚରଣ ପ୍ରଧାନ, ଘୁଗୁଡ଼ିପଡ଼ା ସରପଞ୍ଚ ରମେଶ କୁମାର ସାହୁ, ବିଜେଡି ଛାତ୍ର ବ୍ଲକ୍ ଉପ ସଭାପତି ଆଲୋକ ବେହେରା, ବିଜେଡି ଛାତ୍ର ଏନ୍.ଏ.ସି ଉପ ସଭାପତି ଲଳିତ କୁମାର ସାହୁ, ସରିଗଣ୍ଡା ଗ୍ରାମର କୀର୍ତ୍ତନ ପ୍ରଧାନ ଉପସ୍ଥିତ ଥିଲେ। ଯାତ୍ରା କମିଟିର ସଦସ୍ୟ ଦିଲ୍ଲୀପ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚସ୍ଥ ନାଟକର ନିର୍ଦ୍ଦେଶନା ରବିନ୍ଦ୍ର ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶନା ମାନସ କୁମାର ଦେଇଥିଲେ। ଏହି ନାଟକରେ ବାବୁଲି, ଆନନ୍ଦ, ଅମୀୟ, ଝରିଆ, ଦିବ୍ୟ, ପ୍ରାଣବନ୍ଧୁ, ଗଣେଶ, ଦିପୁନ୍ ଓ ମିଥୁନ୍ ପ୍ରମୁଖ ଅଭିନୟ କରିଥିଲେ। ସଂଘର ସକ୍ରିୟ ସଦସ୍ୟ ଅଜିତ୍ ବେହେରା, ମହରଗା ନାୟକ, ଚୈତନ୍ୟ ବେହେରା, କାର୍ତ୍ତିକ ବେହେରା, ଜିତେନ୍ଦ୍ର ପ୍ରଧାନ ଓ ସୁରେନ୍ଦ୍ର ବେହେରା ପ୍ରମୁଖ ନାଟକରେ ସହଯୋଗ କରିଥିଲେ। ଏହି ଉତ୍ସବରେ ୧୦୦୦ ରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ଥିଲେ।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment