ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଜିଆର୍ ସହାୟତା ବଣ୍ଟନର ସମୀକ୍ଷା କଲେ ଜିଲ୍ଲାପାଳ
ଆଗାମୀ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଓ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ସହ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଜିଆର୍ ସହାୟତା ବଣ୍ଟନର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ଜିଲ୍ଲାପାଳଙ୍କ ସହ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ପାଣ୍ଡିଆ, ଅନ୍ତରିଗାଁ ଓ ହିରାଧରବାଟି ଗସ୍ତ କରି ସ୍ଥିତି ପରଖିଥିଲେ। ଏହି ଅବସରରେ ବାତ୍ୟା ଆଶ୍ରୟସ୍ଥଳୀ, ଲୋକଙ୍କ ସୁରକ୍ଷା ଓ ଜରୁରୀକାଳୀନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହ ରିଲିଫ୍ ସହାୟତା ବଣ୍ଟନ କାର୍ଯ୍ୟର ଅଗ୍ରଗତି ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ
।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment