ପୁରାତନ ପୀଠ କୁ ପୁନଃରୁଦ୍ଧାର ପାଇଁ ପୁନଃ ପ୍ରଚେଷ୍ଟା।
ଧର୍ମୀୟ ସଦ୍ଭାବନା ର ଆହ୍ବାନ। ସମଗ୍ର ଓଡ଼ିଶା ସେବା ଅଭିଯାନ।
,କୋରୁଆ,କେନ୍ଦ୍ରାପଡ଼l ,
ଓଡିଶା ରାଜ୍ୟରେ ମଠ ଓ ମନ୍ଦିର ଭରପୁର ରହିଛି।ଏହା ଭିତରେ ବହୁତ ପୁରାତନ ଧାର୍ମିକ ପୀଠ ଅନ୍ତର୍ଭୂକ୍ତ।ମଣିଷ ନିଜର କର୍ମମୟ ଜଞ୍ଜାଳ ରୁ ମୁକ୍ତି ପାଇଁ ତଥା ଧାର୍ମିକ ଚେତନା ସହ ମାନସିକ ଶାନ୍ତି ପାଇଁ ମଠ ଓ ମନ୍ଦିର କୁ ଯାଇଥାନ୍ତି।ଏବେ ଏହାର ଉନ୍ନତି ବଦଳ ରେ ଅବନତି ହେବାକୁ ଲାଗିଛି।ଏହି ପୁରାତନ ପୀଠ ମାନଙ୍କର କିଛି ପୁରୁଣା ପରମ୍ପରା କୁ ପୁନଃ ପ୍ରଚଳନ ପାଇଁ ଧର୍ମୀୟ ସଦ୍ଭାବନା ର ଆହ୍ବାନ କୁ ପାଥେୟ କରି ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ହୋଇ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଅଣ୍ଟା ଭିଡିଛନ୍ତି। ତେବେ ପ୍ରଥମ ପ୍ରଚେଷ୍ଟା ରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ର କୋରୁଆ ଗ୍ରାମ ରେ ଥିବା ବହୁ ପୁରାତନ ଶ୍ୟାମବାବା ମଠ ଅନ୍ତର୍ଭୁକ୍ତ ହୋଇଛି।ଆସନ୍ତା ପଞ୍ଚୁକ ଠାରୁ ଏହି ପୀଠ ରେ ପୁରାତନ କାଞ୍ଜି ପାଣି ବ୍ୟବସ୍ଥା ର ପୁନଃ ପ୍ରଚଳନ ହେବ।ଯାହା ଦ୍ୱାରା ଅନେକ ପେଟ ଜନିତ ରୋଗ ରେ ପୀଡିତ ରୋଗୀ ମାନେ ଉଦ୍ଧାର ପାଇବେ।ପୁଣି ଶ୍ୟାମବାବା ଙ୍କର ଜୟ ଜୟ କାର ହେବ।ଏହି ସାମାଜିକ ଓ ପରମ୍ପରା ଜଡିତ କାର୍ଯ୍ୟକ୍ରମ କୁ ଦେଖି ଅନେକ ବୟସ୍କ ତଥା ଶ୍ୟାମବାବାଙ୍କର ଭକ୍ତ ମାନେ ଟ୍ରଷ୍ଟ ର କର୍ମକର୍ତାଙ୍କୁ ସାଧୁବାଦ ଜଣାଇଥିଲେ।ଏହି ଅବସରରେ ବସନ୍ତ କୁମାର ସାହୁ ଙ୍କ ଲିଖିତ ପୁସ୍ତକ "ସିଦ୍ଧଯୋଗୀ ଶ୍ୟାମଘନ" ଟ୍ରଷ୍ଟ କୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ମଠ ର ପୂଜକ ଦାମୋଦର ଦାସ,ମଠ ପରିଚାଳକ ରାମଚନ୍ଦ୍ର ଦାସ,ସୁନୀଲ କୁମାର ଦାସ, ଗୌରାଙ୍ଗ ସ୍ୱାଇଁ, କୃଷ୍ଣଚନ୍ଦ୍ର ସାହୁ, ପଞ୍ଚୁ ମଲ୍ଲିକ, ଦୋଳ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ ଉପସ୍ଥିତ ଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment