BREAKING
Loading...
:

ସରକାରୀ ଟଙ୍କା ହଡ଼ପ ଅଭିଯୋଗ ମହିଳା ସରପଞ୍ଚ ଗିରଫ।

 ସରକାରୀ ଟଙ୍କା ହଡ଼ପ ଅଭିଯୋଗ  ମହିଳା ସରପଞ୍ଚ ଗିରଫ।                                     



କୁଜଙ୍ଗ: -କୁଜଙ୍ଗ ବ୍ଲକ ବାଲିଆ ପଞ୍ଚୟତର ମହିଳା ସରପଞ୍ଚ ସରୋଜିନୀ ନାୟକ ଓ ତାଙ୍କର ପୁରୁଷ ବନ୍ଧୁ କୋଠୀ ଅଞ୍ଚଳର ରଞ୍ଜନ କୁମାର ଓଝାଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିବା ଜଣାପଡ଼ିଛି।ପୂର୍ବରୁ ପଞ୍ଚୟତ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆ ଗିରଫ ହୋଇ ଜେଲ ଯାଇଛନ୍ତି।ସରପଞ୍ଚ ସରୋଜିନୀ ନାୟକ ଓ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆ ମିଶିକରି ସରକାରୀ ଟଙ୍କା ୪୬ଲକ୍ଷ୍ୟ୮୬ହଜାର୨୦୨ଟଙ୍କା ଚଞ୍ଚକତା କରି ହଡପ କରିଥିଲେ।ଉକ୍ତ ଘଟଣା ଜଣାପଡିବା ପରେ କୁଜଙ୍ଗ ବିଡ଼ିଓ ଦୀପକ ପ୍ରସାଦ ସ୍ୱାଇଁ ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚୟତ ନିର୍ବାହ ଅଧିକାରୀ ରଘୁନାଥ ଚମ୍ପିଆ କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।ଜିଲାପାଳ ଙ୍କ ନିର୍ଦ୍ଦେଶ ପାଇଁ କୁଜଙ୍ଗ ବ୍ଲକ ବିଡ଼ିଓ ଦୀପକ ପ୍ରସାଦ ସ୍ୱାଇଁ ଗତମାର୍ଚ୍ଚ୮ତାରିଖରେ ଉଭୟ ସରପଞ୍ଚ ଓ ପଞ୍ଚୟତ ନିର୍ବାହୀ ଅଧିକାରୀ ଙ୍କ ବିରୁଦ୍ଧରେ କୁଜଙ୍ଗ ଥାନା ରେ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ ମାର୍ଚ୍ଚ ୧୦ ତାରିଖରେ କେସ୍ ନମ୍ବର ୧୦୧/୨୬ରେ ମକଦ୍ଦମା ରୁଜୁକରି ତଦନ୍ତ ଜାରୀ ରଖିଥିଲା।ସେହିଦିନ ଠାରୁ ସରପଞ୍ଚ ସରୋଜିନୀ ନାୟକ କୁଜଙ୍ଗ ଛାଡି ଗୁପ୍ତ ଭାବେ ଅନ୍ୟତ୍ର ରହୁଥିଲେ।ଗତ  ଅକ୍ଟୋବର ମାସ  ୨୭ ତାରିଖ ଦିନ କୁଜଙ୍ଗ ପୋଲିସ ନିର୍ବାହ ଅଧିକାରୀ ରଘୁନାଥ ଚମ୍ପିଆ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଜାମିନି  ନମଞ୍ଜୁର ହେବାରୁ ସେ ହେବେ ଜେଲର ଚାରି କାନ୍ଥ ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି।ଏବଂ ଫେରାର ଥିବା ସରପଞ୍ଚ ସରୋଜିନୀ ନାୟକଙ୍କୁଧରିବା ପାଇଁ ପୋଲିସ ଜାଲ ବିଛାଇଥିଲାଆଜି କୁଜଙ୍ଗ ପୋଲିସ ଭୁବନେଶ୍ୱର ରୁ ଉଭୟ ସରପଞ୍ଚ ଓ ତାଙ୍କର ଜଣେ ପୁରୁଷ ବନ୍ଧୁ ରଞ୍ଜନ କୁମାର ଓଝାଙ୍କୁ ଗିରଫ କରିଛି ।ସନ୍ଧ୍ୟାରେ କୁଜଙ୍ଗ ପୋଲିସ ଉଭୟ ସରପଞ୍ଚ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ କୁଜଙ୍ଗ ର ଵିଚାର ବିଭାଗୀୟ ଅଦାଲତ ରେ ହଜାର କରାଇଥିଲେ।ମାନ୍ୟବର ଅଦାଲତ ଜାମିନ ନାମୁଞ୍ଜୁର କରିବାରୁ ଉଭୟ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ତେବେ ଏହିପରି ଘଟଣା କୁଜଙ୍ଗ ଇତିହାସରେ ପ୍ରଥମ ହୋଇଥିବାରୁ ଇହା ମୁଖ୍ୟ ଆଲୋଚନା ର ବିଷୟ ପାଲଟିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS