BREAKING
Loading...
:

ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ କୁଇଜ୍ ପ୍ରତିଯୋଗିତା

 ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ କୁଇଜ୍ ପ୍ରତିଯୋଗିତା 

ଗଣିଆ ୧୨/୧୧(ମଣିଭଦ୍ରା ଖବର) ଗଣିଆରେ ଥିବା ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟିତ୍ରୀ ନିହାରବାଳା ରାଉତ, ପରିଚାଳନା କମିଟିର ସଭାପତି ସୁଧାଂଶୁ ଗଣ୍ଠିଆ, ଶିକ୍ଷକ ପବିତ୍ର କୁମାର ବେହେରା,ଦୀପକ କୁମାର ମହାରଣାଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖେଳ, ଭୂଗୋଳ,ଗଣିତ,ରାଜନୀତି ଏବଂ ବର୍ତ୍ତମାନ ରାଜ୍ୟରେ ଘଟିଥିବା ପ୍ରମୁଖ ଘଟଣାବଳୀ ସମ୍ବନ୍ଧରେ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସିନିଅର ବିଭାଗରେ ଆଦ୍ୟା ଉପାସନା ସାହୁ ପ୍ରଥମ, ବିଶ୍ବଜିତ ସାହୁ ଦ୍ବିତୀୟ,ବର୍ଷାରାଣୀ ରାଉଳ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ବିଭାଗରେ ପ୍ରଦ୍ୟୁମ୍ନ କୁମାର ବେହେରା ପ୍ରଥମ, ସତ୍ୟପ୍ରକାଶ ମାଝି ଦ୍ବିତୀୟ, ଅଭିରାମ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ବୃଦ୍ଧି କରିବାକୁ ଏହି କୁଇଜ୍ ପ୍ରତିଯୋଗିତା କରାଯାଇଥିବା ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS