BREAKING
Loading...
:

ଜାତୀୟ ପ୍ରେସ ଦିବସରେ ସାନଖେମୁଣ୍ଡି ପ୍ରେସ କ୍ଲୁବର ମାନବୀୟ ପଦକ୍ଷେପ: ବନ୍ୟା ବିପନ୍ନଙ୍କ ପାଇଁ ବଢ଼ିଲା ସହାୟତାର ହାତ

 



ଜାତୀୟ ପ୍ରେସ ଦିବସରେ ସାନଖେମୁଣ୍ଡି ପ୍ରେସ କ୍ଲୁବର ମାନବୀୟ ପଦକ୍ଷେପ: ବନ୍ୟା ବିପନ୍ନଙ୍କ ପାଇଁ ବଢ଼ିଲା ସହାୟତାର ହାତ

​ସାନଖେମୁଣ୍ଡି / ଗଞ୍ଜାମ:

ପ୍ରକୃତିର ତାଣ୍ଡବଲୀଳା ଓ ଭୟଙ୍କର ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା ଅପୂରଣୀୟକ୍ଷତି ଏବଂ ବହୁ ପରିବାରର ସର୍ବସ୍ବ ହରାଇବା ଘଟଣା ସମଗ୍ର ଜିଲ୍ଲାବାସୀଙ୍କୁ ମର୍ମାହତ କରିଛି। ଏଭଳି ଏକ ଦୁଃଖଦ ଓ ଭୟାବହ ପରିସ୍ଥିତିରେ ଆଜି ପବିତ୍ର 'ଜାତୀୟ ପ୍ରେସ ଦିବସ'କୁ କୌଣସି ଆନନ୍ଦୋଲ୍ଲାସ ସହ ପାଳନ ନକରି, ସାନଖେମୁଣ୍ଡି ପ୍ରେସ କ୍ଲୁବ୍ ପକ୍ଷରୁ ଏକ ଅନନ୍ୟ ଓ ମାନବୀୟ ପ୍ରୟାସ ଦେଖିବାକୁ ମିଳିଛି।

​ପ୍ରେସ କ୍ଲୁବର ସଦସ୍ୟମାନେ ନିଜର ଦାୟିତ୍ୱବୋଧର ପରିଚୟ ଦେଇ ଜିଲ୍ଲାପାଳଙ୍କ ଜରିଆରେ ବନ୍ୟା ବିପନ୍ନ ପରିବାରଗୁଡ଼ିକ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସଙ୍କଟର ଏହି ବେଳାରେ ସାମ୍ବାଦିକମାନଙ୍କର ଏପରି ସମବେଦନାଶୀଳ ଓ ସେବାମୂଳକ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି।

​"ବନ୍ୟା ବିପନ୍ନଙ୍କ ଏଭଳି ଦୁର୍ଦ୍ଦିନରେ ଆମେ ସେମାନଙ୍କ ପାଖରେ ଅଛୁ ଏବଂ ଭଗବାନ ଏହି ବିପଦରୁ ସମସ୍ତଙ୍କୁ ରକ୍ଷା କରନ୍ତୁ," ବୋଲି ପ୍ରେସ କ୍ଲୁବର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS