BREAKING
Loading...
:

ମିଛୁଆ ରାଧୁଆ ଗପ ସରିଲା" ସାମାଜିକ ନାଟକ ମଞ୍ଚସ୍ଥ

 "ମିଛୁଆ ରାଧୁଆ ଗପ ସରିଲା" ସାମାଜିକ ନାଟକ ମଞ୍ଚସ୍ଥ



ଦଶପଲ୍ଲା ୧୫/୧୧ :- ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାରପୁରିକିଆ ନେହୁର ଯୁବ ସଂଘର ବାର୍ଷିକ ଉତ୍ସବ ଉପଲକ୍ଷେ ଏ ବର୍ଷର ବହୁଚର୍ଚ୍ଚିତ ସାମାଜିକ ନାଟକ ମିଛୁଆ ରାଧୁଆ ଗପ ସରିଲା ମଞ୍ଚସ୍ଥ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଏନ.ଏ.ସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ୭ ନମ୍ବର କାଉନସିଲର ରଶ୍ମିତା ସାହୁ, ସମାଜସେବୀ ସନ୍ତୋଷ କୁମାର ସାହୁ, ପୂର୍ବତନ ସଭାପତି ସମୀର କୁମାର ପଟ୍ଟନାୟକ, ନେହେରୁ ଯୁବକ ସଂଘ ର ସଭାପତି ସଂଗ୍ରାମ ଘଡ଼େଇ, ଉପ ସଭାପତି ଅମିତ୍ ରଞ୍ଜନ ସାହୁ, ସଂପାଦକ ଚିତ୍ତରଞ୍ଜନ ମିଶ୍ର, ସହ ପରିଚାଳକ ଅଜିତ୍ କୁମାର ସାହୁ ଉପସ୍ଥିତ ଥିଲେ। ମଳୟ ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚସ୍ଥ ନାଟକର ନିର୍ଦ୍ଦେଶନା କୃଷ୍ଣଚନ୍ଦ୍ର ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ବିକାଶ କୁମାର ଦେଇଥିଲେ। ଏହି ନାଟକରେ କାହ୍ନା, ରାଜା, ଚିଣ୍ଟୁ, ସଂଗ୍ରାମ, ଆୟୁଷ, ଦିଲ୍ଲୀପ, ଚିତ୍ତ, ଶିବ, ବେଡୁ, ଦୀପକ, ଶୁଭମ ଓ ବାଦଲ ପ୍ରମୁଖ ଅଭିନୟ କରିଥିଲେ। ସଂଘର ସକ୍ରିୟ ସଦସ୍ୟ ଅଶ୍ୱିନୀ କୁମାର ସାହୁ, କାହ୍ନୁଚରଣ ଘଡ଼େଇ, ବିଜୟାନନ୍ଦ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ଶ୍ରୀନିବାସ ପ୍ରଧାନ, କୃପାସିନ୍ଧୁ ସାହୁ ଓ ସୁଧାକର ପ୍ରଧାନ ପ୍ରମୁଖ ନାଟକରେ ସହଯୋଗ କରିଥିଲେ। ଏହି ଉତ୍ସବରେ ୧୦୦୦ ରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS