_ଜାନୁଆରୀ ୬ରୁ କନ୍ଧମାଳରେ ଧାନ ସଂଗ୍ରହ_
୨୨ଟି ଲ୍ୟାମ୍ପସ୍ ଓ ଗୋଟିଏ ମାର୍କେଟ୍ ୟାର୍ଡରେ ହେବ କ୍ରୟ, ୪୫୪୦ ଚାଷୀ ପଞ୍ଜୀକୃତ l
ଫୁଲବାଣୀ, - :କନ୍ଧମାଳ ଜିଲ୍ଲାରେ ଆସନ୍ତା ଜାନୁଆରୀ ୬ ତାରିଖରୁ ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ଧାନ ସଂଗ୍ରହ ଆରମ୍ଭ ହେବ।
ଏଥିନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ମାନ୍ୟବର ସାଂସଦ ଓ ବିଧାୟକଙ୍କ ପ୍ରତିନିଧିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଯୋଗାଣ ବିଭାଗ, ସମବାୟ ବିଭାଗ ଏବଂ ଆରଏମସିର ଅଧିକାରୀମାନେ ଯୋଗଦେଇଥିଲେ।
ଚଳିତ ଖରିଫ ଋତୁରେ ଜିଲ୍ଲାର ପ୍ରାୟ ୪,୫୪୦ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତz ହୋଇଛନ୍ତି।
ସରକାରଙ୍କ ନିର୍ଦ୍ଧାରିତ ଦର ଅନୁଯାୟୀ ସାଧାରଣ ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨,୪୪୧ ଟଙ୍କା ଏବଂ ଗ୍ରେଡ୍-ଏ ଧାନର ମୂଲ୍ୟ ୨,୪୮୧ ଟଙ୍କା ରହିଛି।
ଜିଲ୍ଲାରେ ମୋଟ ୨୨ଟି ଲ୍ୟାମ୍ପସ୍ ଓ ଗୋଟିଏ ମାର୍କେଟ୍ ୟାର୍ଡ ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ମଣ୍ଡିଗୁଡ଼ିକ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ।
ଚାଷୀମାନେ ମଣ୍ଡିକୁ ଆସିବା ସମୟରେ ଆଧାର କାର୍ଡ ଓ ମୂଳ ବ୍ୟାଙ୍କ ପାସବୁକ୍ ଆଣିବାକୁ ପରାମର୍ଶ ଦିଆଯାଇଛି। ଟୋକନ୍ର ବୈଧତା ୩୦ ଦିନ ରହିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment