ମୋ ଗାଁ ମୋ ପରିବାର’ର ୪ର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ
ଜଗନ୍ନାଥ ପ୍ରସାଦ (୨୩/୧୧/୨୦୨୬): ପବିତ୍ର ପଞ୍ଚୁକର ଚତୁର୍ଥ ଦିବସ ଅବସରରେ ଜଗନ୍ନାଥ ପ୍ରସାଦ ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ମୋ ଗାଁ ମୋ ପରିବାର’ର ଚତୁର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ମିଳିତ ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁଳମଣି ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମର ସାମଗ୍ରିକ ବିକାଶ ଓ ଏକତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସେଣ ଯୋଗଦେଇ ଅନୁଷ୍ଠାନର ଜନହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ଏହି ଉତ୍ସବରେ ସ୍ୱାସ୍ଥ୍ୟ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମିଶ୍ର ଉପଦେଷ୍ଟା ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ପଣ୍ଡା ଏବଂ ସାହିତ୍ୟିକ ତଥା କବି ସୁରେଶ କୁମାର ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅନୁଷ୍ଠାନର ସମ୍ପାଦକ ଯୁଗଳ କିଶୋର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ମାନସ କୁମାର ସାହୁ ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ କାଳନ୍ଦୀ ଚରଣ ସାହୁ, ରାଜ କିଶୋର ସାହୁ, ଅରୁଣ କୁମାର ସାହୁ, ବିଭୂତିଭୂଷଣ କରଣ, ପ୍ରଦୀପ୍ତ ସୁନ୍ଦର ସାହୁ, ବାପୁନୁ ବେହେରା ଏବଂ ଆୟୁଷ ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ମଣିଭଦ୍ରା ଖବର, ଗଣିଆ



Post a Comment