ଜାତୀୟ ରାଜପଥରେ ପଲସର ଆତଙ୍କ, ଲୁଟ ଉଦ୍ୟମରେ ବିଫଳ। ଗାଡ଼ିରୁ ପଡ଼ି ବୃଦ୍ଧା ଗୁରୁତର l
ବ୍ରହ୍ମପୁର, -: ଜାତୀୟ ରାଜପଥରେ ପୁଣି ପଲସର ଆତଙ୍କ। ଲୁଟ ଉଦ୍ୟମ କରି ବିଫଳ ପରେ ଘଟଣା ସ୍ଥଳରୁ ଫେରାର ହେଲେ ଲୁଟେରା। ମିଳିଥିବା ସୂଚନା ଅନୁଯାୟୀ, ମା ଓ ଝିଅ ସ୍କୁଟିରେ ଯାଉଥିବା ବେଳେ ଲାଞ୍ଜିପଲି ଠାରୁ ହଳଦିଆପଦର ରାସ୍ତାରେ କାଜାରିଆ ମାର୍ବଲ ନିକଟରେ ପଲସର ମୋଟର ସାଇକେଲରେ ଆସି ଦୁର୍ବୁତ୍ତ ବୃଦ୍ଧାଙ୍କ ବେକରୁ ସୁନା ଚେନ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ବୃଦ୍ଧା ଜଣକ ପ୍ରତିହତ କରିବା ପରେ ଲୁଟ କରି ନପାରି ଦୁର୍ବୁତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଚଳନ୍ତା ଗାଡ଼ିରୁ ପଡ଼ି ଲୁଟ ଉଦ୍ୟମର ଶିକାର ବୃଦ୍ଧା ଜଣକ ଗାଡ଼ିରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ବୃଦ୍ଧାଙ୍କ ନାମ ଡି. ଅନୁରାଧା (୫୬) ହଳଦିଆପଦର ପ୍ରତୀକ୍ଷା ଏନକ୍ଲେଭ ନିବାସୀ ବୋଲି ଜଣା ପଡ଼ିଛି। ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment