ପ୍ରଶାସନ ନ ଶୁଣିବାରୁ ନିଜେ ରାସ୍ତା ମରାମତି କଲେ ଗ୍ରାମବାସୀ ।
ବୌଦ୍ଧ ,ଅନେକ ଥର ଅଭିଯୋଗ କଲାପରେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ନିଜେ ରାସ୍ତା ମରାମତି କଲେ ଗ୍ରାମବାସୀ ।ଏପରି ଏକ ଅଭିଯୋଗ ଆସିଛି କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ତେଲନଦୀ ସେତୁର ସଂଯୋଗୀକରଣ ରାସ୍ତା ।ସୂଚନା ଅନୁସାରେ,ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଜୋର - ବୈଦ୍ୟନାଥ ତେଲନଦୀ ଉପରେ ଆଜକୁ ଚାରିବର୍ଷ ହେବ ନିର୍ମାଣ ହୋଇଛି ନୂତନ ବିଜୁସେତୁ ।କିନ୍ତୁ ତାକୁ ସଂଯୋଗ କରୁଥିବା ଗବଜୋର ପଟ ରାସ୍ତା ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି ।୨୦୧୫ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗବଜୋର - ବୈଦ୍ୟନାଥ ତେଲନଦୀ ଉପରେ ଏକ ବିଜୁସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ଏହି ସେତୁଟିର ନିର୍ମାଣ କାମ ତଦାରଖ ପାଇଁ ସୁବର୍ଣ୍ଣପୁର ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା ।କିନ୍ତୁ ଏହି ସେତୁଟିକୁ ୨୦୧୮ମସିହା ଡିସେମ୍ବର ମାସରେ ସମାପ୍ତ କରିବାର ଲକ୍ଷ୍ୟ ଥିଲା ।ଏପରିକି ବହୁ ଅଭିଯୋଗ ସତ୍ତ୍ୱେ ତାହା ୨୦୨୨ମସିହା ଜୁନ ମାସ ୩୦ ତାରିଖରେ ସମ୍ପୂର୍ଣ୍ଣ ହୋଇଥିଲା । ହେଲେ ନିର୍ମାଣର ଦୁଇବର୍ଷ ନ ପୁରୁଣୁ ଏହି ସେତୁ ଉପରେ ବାଲି ବୋଝେଇ ହାଇୱା ଗାଡ଼ି ଯିବା ଆସିବା ଫଳରେ ଉଭୟ ପାର୍ଶ୍ଵର ସଂଯୋଗିକରଣ ରାସ୍ତା ଖାଲଖମା ହୋଇ ଦବି ଗଲାଣି ।ଏଣୁ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ଏହି ରାସ୍ତାରେ ବିଭିନ୍ନ ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି।ସେତୁ ନିର୍ମାଣ ହେବା ଦିନଠାରୁ ଏହି ରାସ୍ତାଟି ସମ୍ବଲପୁର,ବରଗଡ,ବଲାଙ୍ଗୀର ଆଦି ଜିଲ୍ଲା ଗୁଡ଼ିକୁ ସଂଯୋଗ କରିବା ପାଇଁ ଅତି କମ ରାସ୍ତା ପଡୁଥିବାରୁ ଯାତ୍ରୀ ମାନେ ଏହି ରାସ୍ତାରେ ଯିବା ଆସିବା ପାଇଁ ବେଶ୍ ମନେ କରୁଛନ୍ତି ।ଏହି ରାସ୍ତା ପାଇଁ ପ୍ରାୟ ଦୁଇ ବର୍ଷ ହେବ ଲଗାତାର ଭାବେ ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳିଥିବା ଅଞ୍ଚଳବାସୀ କହିଛନ୍ତି । କିଛି ଦିନ ତଳେ ଏହି ରାସ୍ତାରେ ଏକ ଦୁର୍ଘଟଣା ଘଟି ତିନିଜଣ ଗୁରୁତର ଆହତ ହୋଇଥିଲେ ।ତେଣୁ ଆଜି ଗବଯୋର ଗ୍ରାମର ଗ୍ରାମବାସୀ ତଥା ଛାଡଖାଇ ପୂଜା କମିଟି ପକ୍ଷରୁ ଉକ୍ତ ରାସ୍ତାଟିକୁ ମରାମତି କରିଥିବା କମିଟି ସଭାପତି ଦୁର୍ଯ୍ୟୋଧନ ମେହେର, ଶିମିଳିପଦର ପଞ୍ଚାୟତ ସରପଞ୍ଚ ସାର୍ଦୁଳ ନାଗ,ସମିତି ସଭ୍ୟ ଚିତ୍ତରଞ୍ଜନ ସାହୁ ,ଯୁଗେ ମେହେର,ନାରାୟଣ ମେହେର ପ୍ରମୁଖ କହିଛନ୍ତି ।ଏସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ଫୋନ ଉଠାଇ ନ ଥିଲେ ।ସରକାର ତୁରନ୍ତ ଅଞ୍ଚଳବାସୀଙ୍କ ଦାବୀକୁ ପୂରଣ କରିବା ପାଇଁ ଦାବି ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା ଡ଼ଟ୍


Post a Comment