ବିଶିଷ୍ଟ ସମାଜସେବୀଙ୍କ ପରଲୋକ ।
କେନ୍ଦ୍ରପଡ଼ା, - :
ବିଶିଷ୍ଟ ସମାଜସେବୀ ତଥା ପଳସିଂହା ପଞ୍ଚାୟତ ଅଞ୍ଚଳର ମୁରବୀ ଧ୍ରୁବ ଚରଣ ପାତ୍ରଙ୍କ କେନ୍ଦ୍ରାପଡ଼ାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ସେ ଥଣ୍ଡା ଏବଂ ଶ୍ୱାସ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ସମୟରେ ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରା ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ପାଖରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସ୍ୱର୍ଗତ ଶ୍ରୀ ପାତ୍ର ଜଣେ ଅତ୍ୟନ୍ତ ପରୋପକାରୀ, ଦୟାଳୁ, ମିଷ୍ଟଭାଷୀ, ନ୍ୟାୟବନ୍ତ ଏବଂ ଧର୍ମପରାୟଣ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ସୁନାମ ରହିଥିଲା । ଉକ୍ତ ଅଞ୍ଚଳରେ ସେ ବହୁ ନ୍ୟାୟ ନିଶାପରେ ଯୋଗଦେଇ ଅନେକ ସମସ୍ୟାକୁ ସମାଧାନ କରୁଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକମୟ ପରିବେଶ ସୃଷ୍ଟି ହୋଇଛି । ମୃତ୍ୟୁ ଶଯ୍ୟା ନିକଟରେ ସମସ୍ତ ପୁତ୍ର, ପୁତ୍ରବଧୂ, ଝିଅ ଜ୍ୱାଇଁ, ନାତି ନାତୁଣୀ, ଜ୍ଞାତିକୁଟୁମ୍ବ ଏବଂ ସାହି ପରିଜନ ମାନେ ଉପସ୍ଥିତ ଥିଲେ । ନିଜ ବଗିଚାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment