ଢେଙ୍କାନାଳ ଷଡ଼ଙ୍ଗୀ ନିହଲପ୍ରସାଦ ଚଡେଇଧାରା ୪୯ କୋଟିର ରାସ୍ତା ରେ ଡଷ୍ଟ,ଚିପ୍ସ,ଗୋଡି ବଦଳରେ ମାଟିରେ ଚାଲିଛି କାମ।
ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ନିହଲପ୍ରସାଦ ଚଡେଇଧାରା ୪୯ କୋଟି ଟଙ୍କାର ରାସ୍ତା କାମରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଡଷ୍ଟ,ଚିପ୍ସ,ଗୋଡି ବଦଳରେ ମାଟି ପକାଇ କାମ ଚାଲିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଅଠେଏସି ମାଇଲ (ଖଣ୍ଡବନ୍ଧ ଛକ) ନିକଟରେ ଏଭଳି ନିମ୍ନମାନର କାମ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୪୯ କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ରାସ୍ତା କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment