BREAKING
Loading...
:

ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା

 



ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା। ୨୭ ଯାଏ ପ୍ରବଳ ବର୍ଷାର ସମ୍ଭାବନା ଥିଲା ବେଳେ ୨୮ ବେଳକୁ କମିବ ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ। ୨୫ ଯାଏ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବିଙ୍କୁ ବାରଣ। ଗଲା ୨୪ ଘଣ୍ଟାରେ କୋରାପୁଟର ସିମିଳିଗୁଡ଼ାରେ ସର୍ବାଧିକ ୨୩୦.୨ ମିମି ବର୍ଷା ରେକର୍ଡ। ଗଭୀର ଅବପାତ ପ୍ରଭାବରେ ପବନର ବିଶେଷ ଭୟ ନାହିଁ, କେବଳ ବଡ଼ ବର୍ଷା ହେବ। ସୁନ୍ଦରଗଡ଼ ଓ ଦେବଗଡ଼କୁ ଛାଡ଼ିଦେଲେ ବାକି ୨୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା। ସୂଚନା ଦେଲେ ପାଣିପାଗ ନିର୍ଦେଶିକା ମନୋରମା ମହାନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS