BREAKING
Loading...
:

ରେଳ ଧାରଣା ରେ ଲାଗିଲା ନିଆଁ ଯିଏ ଦେଖିଲା ସେ ଛାନିଆ।

 



ରେଳ ଧାରଣା ରେ ଲାଗିଲା ନିଆଁ ଯିଏ ଦେଖିଲା ସେ ଛାନିଆ।

ଢେଙ୍କାନାଳ।


      ଟ୍ରେନ ରୁ ବାହାରୁଛି ଭୟଙ୍କର ନିଆଁ ଦେଖିଲେ ଲାଗୁଛି ଡର।ରେଲୱେ ପକ୍ଷରୁ ଟ୍ରାକ୍ ଉପରେ ବା (ରେଳ ଧାରଣା) ଉପରେ ଯାଉଛି ଏକ ଗ୍ରାଇଣ୍ଡିଂ ମେସିନ୍ । ଆଉ ସେଥିରେ ବଗିର ତଳ ପଟୁ କେମିତି ଅଗ୍ନି ବର୍ଷା ହେଉଛି । ଟ୍ରେନ୍ ଟି ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍ ଦେଇ ବାହାରି କଟକ ଅଭିମୁଖେ ଯାଉଥିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ଏଇ ଦୃଶ୍ୟ ଦେଖି ଲୋକେ ଡରି ଯାଇଥିଲେ ।ଏହାକୁ ଦେଖିବାକୁ ରେଳ ଧାରଣା ପାର୍ଶ୍ବରେ ରହୁଥିବା ଲୋକେ ଘରୁ ପଦାକୁ ଧାଇଁ ଆସିଥିଲେ ।ଟ୍ରେନ୍ ରେ ନିଆଁ ଲାଗି ଯାଇଛି ବୋଲି ସମସ୍ତେ ଭାବିଥିଲେ ।କିନ୍ତୁ ପରବର୍ତ୍ତୀ ସମୟରେ ଏହା ରେଲୱେ ଟ୍ରାକ୍ ର ମରାମତି ବା ପଲିସ୍ ପାଇଁ ଏଭଳି ହେଉଥିବା ଜଣାପଡିଥିଲା ।ରେଳ ଧାରଣାର ପଲିସ୍ ପାଇଁ ରେଲୱେ ପକ୍ଷରୁ କିଛି ବର୍ଷର ବ୍ୟବଧାନ ପରେ ପାଣି ଓ ନିଆଁ ସିଞ୍ଚନ ମାଧ୍ୟମରେ ଟ୍ରାକ୍ ର ପଲିସ୍ ଏଭଳି ଢଙ୍ଗରେ କରାଯାଇଥାଏ ବୋଲି ଜଣାପଡିଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS