କୁଜଙ୍ଗରେ ସିବିଆଇ ଟିମ୍ର ଚଢ଼ାଉ।ବିହାର ସାଇବର ଠକେଇ ମାମଲାର ତଦନ୍ତକୁ ନେଇ ଏୟାରଟେଲ୍ ଷ୍ଟୋରରେ ଚଢ଼ାଉ।
କୁଜଙ୍ଗ, ଜଗତସିଂହପୁର।
ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ରେ ବିହାରର ପାଟନାରେ ଘଟିଥିବା ଏକ ସାଇବର ଠକେଇ ମାମଲାର ତଦନ୍ତ ସମ୍ପର୍କରେ କୁଜଙ୍ଗରେ ସିବିଆଇ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଅଭିଯାନରେ ଦିଲ୍ଲୀର ଏକ ସ୍ୱତନ୍ତ୍ର ସିବିଆଇ ଟିମ୍ ସହ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟର ଏକ ଟିମ୍ ମଧ୍ୟ ସାମିଲ ହୋଇଛି।
କୁଜଙ୍ଗ ବଜାରରେ କେନାଲ ଉପରେ ଅବସ୍ଥିତ ନାୟକ ଏଣ୍ଟରପ୍ରାଇଜେସ୍ ଏୟାରଟେଲ୍ ଷ୍ଟୋରରେ ଗତକାଲି ଏହି ଚଢ଼ାଉ ହୋଇଥିଲା।ମିଳିଥିବା ସୂଚନା ଅନୁସାରେ, ଉକ୍ତ ଷ୍ଟୋରରୁ ଅନିୟମିତ ଭାବେ ସିମ୍ କାର୍ଡ ବିକ୍ରି ହେଉଥିବା ଅଭିଯୋଗ ରହିଛି। ଏଠାରୁ ନିଆଯାଇଥିବା ସିମ୍ କାର୍ଡ ବ୍ୟବହାର କରି ଅପରାଧୀମାନେ ସାଇବର ଠକେଇ କରୁଥିବା ନେଇ ତଦନ୍ତରୁ ତଥ୍ୟ ମିଳିଥିବା ସୂଚନା ରହିଛି।ପାଟନାରେ ଘଟିଥିବା ସାଇବର ଠକେଇ ମାମଲାର ତଦନ୍ତ ସମୟରେ କୁଜଙ୍ଗସ୍ଥିତ ଏହି ନାୟକ ଏଣ୍ଟରପ୍ରାଇଜେସ୍ ଏୟାରଟେଲ୍ ଷ୍ଟୋରରୁ କିଛି ସିମ୍ କାର୍ଡ କିଣାଯାଇଥିବା ସିବିଆଇ ଜାଣିବାକୁ ପାଇଥିବା ସୂଚନା ମିଳିଛି।
ଏହାପରେ ଅଧିକ ତଥ୍ୟ ଓ ପ୍ରମାଣ ସଂଗ୍ରହ ପାଇଁ ସିବିଆଇର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ସିବିଆଇ ଟିମ୍ ସହ ମିଶି ଷ୍ଟୋରରେ ଯାଞ୍ଚ କରୁଛି। ଯାଞ୍ଚ ସମୟରେ ଏଠାରୁ କିଛି ଜାଲି ଦଲିଲ ମିଳିଥିବା ନେଇ ସୂଚନା ମିଳିଛି।
ପ୍ରାୟ ୬ ଘଣ୍ଟା ଧରି ସିବିଆଇର ଏହି ଚଢ଼ାଉ ଓ ଯାଞ୍ଚ ଜାରି ରହିଥିଲା ବୋଲି ଜଣାପଡ଼ିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment