BREAKING
Loading...
:

ଡାହିମାଲ ରୁ ନାଗଫେନା ରାସ୍ତା ଶୋଚନୀୟ ।

 ଡାହିମାଲ ରୁ ନାଗଫେନା ରାସ୍ତା ଶୋଚନୀୟ ।


ବେଳପଡ଼ା-


ଭାରତ ସ୍ବାଧୀନତା ହେବାର ୮୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଲୋକେ ଭଲ ରାସ୍ତ ଟିଏ ପାଇବାରୁ ବଞ୍ଚିତ।ଆମେ କହୁଛୁ ନାଗଫେନା କୁ ସଂଯୋଗ କରୁଥିବା ରାସ୍ତା। ଏହି ରାସ୍ତା ଉକ୍ତ ଅଞ୍ଚଳର ବାସୀ ଙ୍କ ପାଇଁ ମୁଖ୍ୟ ରାସ୍ତା ହୋଇଥିଲେ ସୁଦ୍ଧା ଖାଲ ଢ଼ିପ ରେ ପରିପୂର୍ଣ୍ଣ।ଉକ୍ତ ରାସ୍ତା ରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ପ୍ରତ୍ୟେକ ଦିନ କଲେଜ ଓ ହାଇସ୍କୁଲ ର ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିଥାନ୍ତି। ଆମେ କହୁଛୁ  ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ଧୂମାଭଟା ଗ୍ରାମ ପଞ୍ଚାୟତ ର ଡାହିମାଲ ରୁ ନାଗଫେନା ରାସ୍ତା।ଉକ୍ତ ଗାଁ ରେ କିଛିଦିନ ତଳେ ଜଣେ ରୋଗୀକୁ ଖଟ ରେ ବୁହାହେବା କଥା ଅଞ୍ଚଳରେ ଖେଳି ଯାଇଥିଲା। କାରଣ ଉକ୍ତ ଗ୍ରାମ ର ଏକ ପଡା କୁ ଆମ୍ବୁଲାନ୍ସ ଯାଇ ପାରିନଥିଲା।ଜାଫଳରେକି ରୋଗୀ କୁ ଖଟ ରେ ଦୀର୍ଘ ଅଧ କିଲୋମିଟର ବୁହାଯାଇଥିଲା। ଓ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସା ଲୟ କୁ ନିଆଯାଇଥିଲା।  ଏହାକୁ ଆଖି ଆଗରେ ରଖି ଏ ବ।ବଦରେ ଜଳିଆ ଗ୍ରାମର  ସମାଜ ଅଚ୍ୟୁତ  ସିପୁନ ଖମାରି, ଓ ଗ୍ରାମର ଅନେକ ସମାଜ ସେବୀ ଉପସ୍ଥିତ ଥିଲେ।  ବେଳପଡ଼ା ବିଡ଼ିଓ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଓ କହିଛନ୍ତି ଏହି ରାସ୍ତା ର ତୁରନ୍ତ ସମାଧାନ କରନ୍ତୁ।ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବା କୁ ପଛଘୁଞ୍ଚା ଦେବୁ ନାହିଁ ବୋଲି ଖୁଲା ଖୁଲି ଚେତାବନୀ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS