ଫାଇଲ ଫୋପାଡିବା ବେଳେ ଧରାପଡିଲା, ଅଞ୍ଚଳରେ ଚାଞ୍ଚଲ୍ୟ।
ବ୍ରମ୍ହପୁର, ଚେରମାରିଆ ବ୍ରିଜ ନିକଟରେ ଆମ୍ବୁଲାନ୍ସରେ ଆଣି ଫାଇଲ ଫୋପାଡିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଦେଖି ଅଟକାଇଛନ୍ତି। ସୂଚନା ଅନୁସାରେ, ଏକ ଆମ୍ବୁଲାନ୍ସରେ ବସ୍ତା ବସ୍ତା ଗୁରୁତ୍ୱପୂର୍ଣ୍ଣ ମେଡିକାଲ କାଗଜପତ୍ର ଓ ଫାଇଲ ଆଣି ଚେରମାରିଆ ବ୍ରିଜ ତଳେ ଫୋପାଡ଼ି ଦିଆଯାଉଥିଲା। ଏହା ଦେଖି ସନ୍ଦେହ ହେବାରୁ ଗ୍ରାମବାସୀମାନେ ଆମ୍ବୁଲାନ୍ସକୁ ଘେରି ଯାଇଥିଲେ ଏବଂ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଓ ଫାଇଲକୁ ଜବତ କରି ଥାନାକୁ ଆଣିଛି। ଏଠି ପ୍ରଶ୍ନ ଉଠୁଛି ଯେ, ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସକୁ ଏପରି ବେଆଇନ କାର୍ଯ୍ୟରେ କିପରି ବ୍ୟବହାର କରାଗଲା? ସ୍ଥାନୀୟ ଲୋକେ କହୁଚନ୍ତି ଏଇସବୁ ବାଲାଜୀ ଡାଇଗ୍ନୋସିସର। ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଫୋପାଡିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବାଲାଜୀ ଡାଇଗ୍ନୋସିସର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଫାଇଲକୁ ନଷ୍ଟ କରିବା ପଛର କାରଣ କ’ଣ? ଏହା ପଛରେ କୌଣସି ବଡ ଦୁର୍ନୀତି ଲୁଚି ରହିଛି କି ବୋଲି ସାଧାରଣରେ ଚର୍ଚା ହେଉଛି। ଉକ୍ତ ଡାଇଗ୍ନୋସିସର କି ନାହିଁ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment