BREAKING
Loading...
:

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା ପ୍ରସ୍ତୁତ

 ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା ପ୍ରସ୍ତୁତ ।



ଗଭୀର ଅବପାତ ଯୋଗୁଁ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା, ବିଶେଷକରି ଶିଶୁମାନଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ‘ଶୂନ୍ୟ ମୃତାହତ’ ନୀତି ଅନୁସରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ୨୨, ୨୩ ଓ ୨୪ ସେପ୍ଟେମ୍ବର, ତିନିଦିନ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।


ଏହି ସମୟରେ ଶିଶୁମାନଙ୍କ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହେବାକୁ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଛି। ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା କିମ୍ବା ବନ୍ଦ ରଖିବା ସମ୍ପର୍କିତ ନିଷ୍ପତ୍ତି ସମ୍ଭାବ୍ୟ ପାଣିପାଗ ପରିସ୍ଥିତି ଓ ଅନ୍ୟାନ୍ୟ ସ୍ଥିତିକୁ ବିଚାର କରି ପରବର୍ତ୍ତୀ ସମୟରେ ନିଆଯିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS