BREAKING
Loading...
:

ବାତ୍ୟା ସୃଷ୍ଟି ହେଲେ ନାଁ ରହିବ 'ଅର୍ଣ୍ଣବ।

 ବାତ୍ୟା ସୃଷ୍ଟି ହେଲେ ନାଁ ରହିବ 'ଅର୍ଣ୍ଣବ।



କିଛି ଦିନ ତଳେ ଇସ୍ରୋ ଅକ୍ଟୋବରରେ ୩ଟି ଶକ୍ତିଶାଳୀ ବାତ୍ୟାକୁ ନେଇ ଚେତବାନୀ ଦେଇଥିଲା । ଏହାକୁ ନେଇ ବାତ୍ୟା ଭୟ ବଢିଥିଲା । ତେବେ ଆଇଏମଡି ପକ୍ଷରୁ ବାତ୍ୟାକୁ ନେଇ କିଛି କୁହାଯାଇ ନାହିଁ । କିନ୍ତୁ ଏହାରି ଭିତରେ ବାତ୍ୟାକୁ ନେଇ ଏକ ଅପଡେଟ୍ ସାମ୍ନାକୁ ଆସିଛି । ଉତ୍ତର ଆଣ୍ଡାମାନ ସାଗରରେ ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ତା ନାଁ ରହିବ 'ଅର୍ଣ୍ଣବ'। ଏହି ନାଁ ବାଂଲାଦେଶ ଦ୍ୱାରା ପ୍ରଦାନ କରାଯାଇଛି। ବିଶ୍ୱ ପାଣିପାଗ ସଂଗଠନ ଏବଂ ଆଇଏମଡିର ଆଞ୍ଚଳିକ ତାଲିକାରେ ପରବର୍ତ୍ତୀ ବାତ୍ୟା ପାଇଁ ନିର୍ଦ୍ଧାରିତ ହୋଇ ରହିଛି ଏହି ନାଁ । ନଭେମ୍ବର ୨୦୨୫ ରେ ଆସିଥିବା ବାତ୍ୟା 'ଦିତୱା' ପରେ ଉତ୍ତର ଭାରତ ମହାସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଏହା ପ୍ରଥମ ବାତ୍ୟା ହେବ।


ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ସେପ୍ଟେମ୍ବର ୨୨ ସୁଦ୍ଧା ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ। ଯଦି ଏହି ସିଷ୍ଟମ ଅଧିକ ଘନୀଭୂତ ହୋଇ ପବନର ବେଗ ଘଣ୍ଟା ପ୍ରତି ୬୨ କିଲୋମିଟର ବା ତା'ଠାରୁ ଅଧିକ ହୁଏ, ତେବେ ଯାଇ ଏହାକୁ ଆନୁଷ୍ଠାନିକ ଭାବେ 'ବାତ୍ୟା ଅର୍ଣ୍ଣବ' ନାମରେ ନାମିତ କରାଯିବ । ସେପଟେ ୟୁରୋପୀୟ ପାଣିପାଗ ସଂସ୍ଥା- ECMWFର ତଥ୍ୟକୁ ଆଧାର କରି windy.com ର ମଡେଲ୍ ଦର୍ଶାଇଛି ଯେ, ସେପ୍ଟେମ୍ବର ୨୩-୨୪ ଆଡ଼କୁ ଏକ ବାତ୍ୟା ସୃଷ୍ଟି ହୋଇପାରେ। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ବର୍ତ୍ତମାନଠାରୁ ସ୍ପଷ୍ଟ ଭାବେ କହିବା ସହଜ ନୁହେଁ ।


ସମ୍ଭାବ୍ୟ ଲଘୁଚାପ ବାବଦରେ କହିବାକୁ ଗଲେ, ଧିରେ ଧିରେ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ ।  ଆଣ୍ତାମାନ ସାଗରରେ ବଳ ଗୋଟାଇ ଆହୁରି ଶକ୍ତିଶଳୀ ହେବାରେ ଲାଗିଛି। ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ଆସିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ । ୨୧ ସେପ୍ଟେମ୍ବର ସୁଦ୍ଧା ଘନୀଭୂତ ହୋଇ ଏକ 'ଡିପ୍ରେସନ୍' (ଅବପାତ)ର ରୂପ ନେବ। ପରିସ୍ଥିତି ଏହାକୁ ଆହୁରି ବଳୁଆ କରି 'ଡିପ୍ ଡିପ୍ରେସନ୍' (ଗଭୀର ଅବପାତ) କିମ୍ବା ଏକ ସାମାନ୍ୟ ବାତ୍ୟାରେ ପରିଣତ କରିବା ପାଇଁ ଅନୁକୂଳ ରହିଛି । ସମୁଦ୍ରରେ ଅଧିକ ସମୟ ରହୁଥବାରୁ ଛୋଟ ବାତ୍ୟାର ରୂପ ନେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS