ରାଷ୍ଟ୍ରପତି ପଦକ ପ୍ରାପ୍ତ ଟ୍ରାଫିକ ଥାନା ଆଇଆଇସି ପଦ୍ମ ଚରଣ ଭଟ୍ଟଙ୍କୁସହର ତଳି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବର୍ଦ୍ଧନା, ରେଡିଓ ଷ୍ଟେସନ ଛକରେ ଟ୍ରାଫିକ ପର୍ସୋନେଲ ନିୟୋଜନ ପାଇଁ ଅନୁରୋଧ ।
ବ୍ରହ୍ମପୁର : - ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଟ୍ରାଫିକ ଥାନା ଭାରପ୍ରାପ୍ତ ଅଧିକାରୀ (ଆଇଆଇସି) ପଦ୍ମ ଚରଣ ଭଟ୍ଟଙ୍କୁ ସାକ୍ଷାତ କରିଥିଲେ।ସମାଜ ପ୍ରତି ଉତ୍କୃଷ୍ଟ ଓ ପ୍ରଶଂସନୀୟ ସେବା ପାଇଁ ତାଙ୍କୁ ମିଳିଥିବା ଦେଶର ସର୍ବୋଚ୍ଚ ସମ୍ମାନଜନକ ରାଷ୍ଟ୍ରପତି ପଦକ ପାଇଁ କମିଟି ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିଲା।
କମିଟିର ସଭାପତି ଶ୍ରୀ ସଞ୍ଜୀବ କୁମାର ପଟ୍ଟନାୟକ ଶ୍ରୀ ଭଟ୍ଟଙ୍କ କାର୍ଯ୍ୟଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସଭାପତି ଶ୍ରୀ ପଟ୍ଟନାୟକ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର (ରେଡିଓ ଷ୍ଟେସନ) ଛକ ନିକଟରେ ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ଜଣେ ଟ୍ରାଫିକ କନେଷ୍ଟବଳ ନିୟୋଜନ କରିବାକୁ ଅନୁରୋଧ କରିଥିଲେ। ଶ୍ରୀ ଭଟ୍ଟ ଏହି ଅନୁରୋଧକୁ ସହୃଦୟତାର ସହ ଗ୍ରହଣ କରି ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ସାକ୍ଷାତ ସମୟରେ ସଭାପତିଙ୍କ ବ୍ୟତୀତ କମିଟିର ଉପସଭାପତି ଦେବୀ ପ୍ରସାଦ ଦାସ, ଜଗଦଳପୁର ସଂଯୋଜକ ସୁନିଲ ପାତ୍ର ଓ କୋଷାଧ୍ୟକ୍ଷା ଏମ୍ ଲାବଣ୍ୟ ପାତ୍ର ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment