BREAKING
Loading...
:

କାର୍ଯ୍ୟର ମାସେ ନପୂରୁଣୁରୁ ବ୍ରିଜ ପାର୍ଶ୍ୱ ରାସ୍ତା ଓ ସୁରକ୍ଷା ବାଡ କଂକ୍ରିଟ ଫାଟି ଆଁ l

 କାର୍ଯ୍ୟର ମାସେ ନପୂରୁଣୁରୁ ବ୍ରିଜ ପାର୍ଶ୍ୱ ରାସ୍ତା ଓ ସୁରକ୍ଷା ବାଡ କଂକ୍ରିଟ ଫାଟି ଆଁ l



ପରଜଙ୍ଗ, ସରକାର ଙ୍କ କୁଟୀ କୁଟୀ ଟଙ୍କା  ବ୍ୟୟ ଅଟକଳ ରେ ବ୍ରିଜ ଓ ରାସ୍ତା ନିର୍ମାଣ ହେଉଥିବା ନେଇ ଠିକାଦାର ମାନେ ତରବରିଆ ଭାବେ ନିମ୍ନ ମାନର କାର୍ଯ୍ୟ କରି ସାରି ଦେଉଛନ୍ତି l ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପଶି ବଡ କମର ପୂର୍ତ୍ତ ବିଭାଗ ରାସ୍ତାର ରେଙ୍ଗାଳି ବାମ ପାର୍ଶ୍ଵ କେନାଲ ମୁକ୍ତାପଶି ମୁଖ୍ୟ କେନାଲ ର ବ୍ରିଜ କୁ ଲାଗି ଥିବା ସୁରକ୍ଷା ବାଡ ସହିତ ରାସ୍ତା ର କିଛି ଅଂଶ ଫାଟି ରାସ୍ତା ଦବି ସୂଚନୀୟ ଦେଖିବାକୁ ମିଳିଛି l  ତେବେ କିଛି ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ ଏହାକୁ ନିମ୍ନ ମାନର କାର୍ଯ୍ୟ କରି ବିଲ କରି ମାଲେ ମାଲ ହେଉଛନ୍ତି l  ଉକ୍ତ ବ୍ରିଜ ର କାର୍ଯ୍ୟ ଏକ ମାସ ନପୂରୁଣୁରୁ ଫାଟ ଦେଖିବାକୁ ମିଳିବା ସହିତ ଜନ ସାଧାରଣ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଦୈନିକ ଏହି ରାସ୍ତା ଦେଇ ହଜାର ହଜାର ଯାନ ବାହାନ ଗମନା ଗମନ କରିବା ସହିତ ପ୍ରାୟ ୧୦ ଟି ପଞ୍ଚାୟତ ର ପଥ ଚାରି ମାନେ ଯାତାୟତ କରିଥାନ୍ତି l ଏ ନେଇ ତୁରନ୍ତ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନ ଙ୍କୁ ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ମାନେ ଦାବୀ କରିଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS