BREAKING
Loading...
:

ରାୟଗଡା ରେ ଚlଞ୍ଚଲ୍ୟ, ଡୁଡା ଅଧିକାରୀ ବିନୟ ଏକ କୋଟି ନଅ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ, ଥାନାରେ ଏତଲା l

 ରାୟଗଡା ରେ ଚlଞ୍ଚଲ୍ୟ,     ଡୁଡା ଅଧିକାରୀ ବିନୟ ଏକ କୋଟି ନଅ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ, ଥାନାରେ ଏତଲା l



ରାୟଗଡା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା କର୍ଯ୍ୟାଳୟରେ ଅର୍ଥ ଆତ୍ମସାତ ହୋଇଥିବା ନଜରକୁ ଆସିଛି। କାର୍ଯ୍ୟାଳୟର ଜଣେ ଅଧିକାରୀ ବିନୟ ହରିଜନ ସରକାରୀ ଅର୍ଥ ପ୍ରାୟ 1 କୋଟି ନଅ ଲକ୍ଷ  ନିଜ ଏକାଉଣ୍ଟକୁ ଟ୍ରାନସଫର୍ କରି ନେଇଯାଇଥିବା ଜଣାପଡିଛି । ଏନେଇ ରାୟଗଡା ଡିଆରଡିଏ ପକ୍ଷରୁ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସରକାରୀ ଅର୍ଥକୁ  ନିଜ ଏକାଉଣ୍ଟରେ ଟ୍ରାନସଫର୍ କରିବା ପରେ ଦୀର୍ଘ 1 ସପ୍ତାହ ହେବ ବାବୁ ଜଣକ ନିଜ କୋଠରୀରେ ତାଲା ପକାଇ ଫେରାର୍ ହୋଇଯାଇଛନ୍ତି । ତାଙ୍କ ମୋବାଇଲ ଫୋନ୍ ବନ୍ଦ ରହିଥିବା ବେଳେ ସେ ବର୍ତ୍ତମାନ ଫେରାର୍ ଥିବା ଆଶଙ୍କା କରାଯାଉଛି। ବିନୟ ହରିଜନ ରାୟଗଡା ନଗର ଉନ୍ନୟନ ସଂସ୍ଥା ବା ଡୁଡାରେ  ପରିଚାଳନା ସୂଚନା ପ୍ରଣାଳୀ ବିଶେଷଜ୍ଞ ଭାବେ ଦୀର୍ଘ ଦିନ ହେବ କାମ କରୁଥିଲେ । ତେବେ ସେ ଅଫିସ କୁ ଆସୁନଥିବା ବେଳେ ଡୁଡାର ଅନ୍ୟ କର୍ମଚାରୀ ମାନେ ଅଫିସ କାର୍ଯ୍ୟ ଠିକ୍ ରେ କରିପାରୁନଥିବା ଜଣାପଡିଛି । ବିନୟ ହରିଜନଙ୍କ କାର୍ଯ୍ଯାଳୟ କୋଠରୀରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଅଧିକାରୀ ଜଣକ ସହରାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଓ ଏଲଇଡି ଟିଭି ପରିଚାଳନା କଥା ବୁଝୁଥିଲେ ବୋଲି ଜଣାପଡିଛି । ବର୍ତ୍ତମାନ ଏହି ଘଟଣାରେ ଟାଉନ ଥାନାରେ ଏତଲା ଦିଆଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ଟିମ୍ ଗଠନ କରାଯାଇଥିବା ଜିଲ୍ଲା ପରିଷଦ ଅଧିକାରୀ ବା ସିଡିଓ ସୂଚନା ଦେଇଛନ୍ତି ।  ସରକାରୀ ଗାଡିର ତେଲ,ଦରମା ଓ ଅନ୍ୟ ବାବଦକୁ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ଅତ୍ମସାତ୍ ହୋଇଥିବା ଜଣାପଡିଛି । ପାଖାପାଖି 5 ବର୍ଷରୁ ଏହି ସରକାରୀ ଅର୍ଥକୁ ପର୍ଯ୍ୟାକ୍ରମେ ବିଭାଗୀୟ ଅଧିକାରୀ ବା ପିଡିଙ୍କ ଜାଲ ଦସ୍ତଖତ କରି ବିନୟ ହରିଜନ ବ୍ୟାଙ୍କ ମାଧ୍ୟମରେ ନିଜ ଏକାଉନଣ୍ଟକୁ ନେଇ ଯାଇଛନ୍ତି । ତେବେ ସଂପୃକ୍ତ ବ୍ୟାଙ୍କ ଏପରି ଅନିୟମିତତାକୁ କିପରି ଜାଣିପାରିଲା ନାହିଁ, ସରକାରୀ ଅଫିସ ର ମାନେ କିପରି ଏହା ଜାଣିପାରିଲେନି ବୋଲି ଏବେ ପ୍ରଶ୍ନ ଉଠୁଛି ।ଏହାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି ହଉଛିl ଏନେଇ ପୁଲିସର ପ୍ରତିକ୍ରିଆ ମିଳିପାରିନାହିଁ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS