BREAKING
Loading...
:

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନୂଆ ଭୋଟର: ଅକ୍ଟୋବର ୨୬ ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ

 ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନୂଆ ଭୋଟର: ଅକ୍ଟୋବର ୨୬ ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ



ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବଡ଼ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ (SIR) ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟରେ ନୂତନ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏ ନେଇ ସୋମବାର ଅନୁଷ୍ଠିତ ବୈଠକ ପରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇଛନ୍ତି।


ସଚିବଙ୍କ କହିବା ଅନୁଯାୟୀ, ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର (ଡୋର ଟୁ ଡୋର) ସର୍ଭେ କରାଯିବ। ଏହି ସର୍ଭେ ଆଧାରରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ ହେବ। ଆଜିର ବୈଠକରେ ଏହି ସର୍ଭେ ସମ୍ପର୍କରେ ବିସ୍ତୃତ ନିଷ୍ପତ୍ତି ନିଆଯାଇଛି।


ଚଳିତ ମାସ ୩୧ ତାରିଖ ସୁଦ୍ଧା ସର୍ଭେ ପାଇଁ ଟିମ୍ ଗଠନ କାର୍ଯ୍ୟ ଶେଷ କରାଯିବ। ଏହି ଟିମ୍‌ରେ ବୁଥ୍‌ ଲେଭେଲ ଅଫିସର (BLO), ଅଙ୍ଗନଓ୍ବାଡି ଏବଂ ଆଶା କର୍ମୀଙ୍କୁ ସାମିଲ କରାଯିବ। ସେମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ।


ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ଯେ, ଆସନ୍ତା ଫେବୃଆରୀ ୧୦ ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS