BREAKING
Loading...
:

କଳାହାଣ୍ଡି ଚେସ୍ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ଚେସ୍ ଦିବସ ପାଳିତ*

 *କଳାହାଣ୍ଡି   ଚେସ୍ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ଚେସ୍ ଦିବସ ପାଳିତ* 



 ଭବାନୀପାଟଣ।,  ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ବିବେକ କନଫରେନ୍ସ ହଲ ଠାରେ କଳାହାଣ୍ଡି ଚେସ୍  ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ଚେସ୍ ଦିବସ ପାଳନ କରାଯାଇଥିଲା | ପ୍ରତିବର୍ଷ ଜୁଲାଇ ୨୦ ତାରିଖକୁ ଆନ୍ତର୍ଜାତୀୟ ଚେସ୍ ଦିବସ ଭାବରେ ପାଳନ କରାଯାଏ। ବିଶ୍ୱ ସ୍ତରରେ ଚେସ୍ ଖେଳକୁ ପ୍ରୋତ୍ସାହିତ କରିବା ଏବଂ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ୧୯୨୪ ମସିହା ଜୁଲାଇ ୨୦ ତାରିଖରେ ଫ୍ରାନ୍ସର ପ୍ୟାରିସ୍‌ଠାରେ ଆନ୍ତର୍ଜାତୀୟ ଚେସ୍ ଫେଡେରେସନ୍ (ଫିଡେ) ଗଠିତ ହୋଇଥିଲା। ଏହି ସଂସ୍ଥାର ପ୍ରତିଷ୍ଠା ଦିବସକୁ ସ୍ମରଣ କରିବା ପାଇଁ ୧୯୬୬ ମସିହାରୁ (ଫିଡେ)ପକ୍ଷରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା ।ଚେସ୍ ଏକ ବୁଦ୍ଧିମତା ଏବଂ ରଣନୀତିର ଖେଳ ଏଥିରେ ୬୪ଟି ଘର ଥାଏ। ଏହା ଖେଳାଳିମାନଙ୍କୁ ଜୀବନର ବିଭିନ୍ନ ପରିସ୍ଥିତିରେ ଧୈର୍ଯ୍ୟର ସହ ଠିକ୍ ନିଷ୍ପତ୍ତି ନେବାକୁ ଶିଖାଇଥାଏ ବୋଲି କଳାହାଣ୍ଡି ଚେସ୍ ଏକାଡେମୀ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଉଦବୋଧନ ଦେଇଥିଲେ | କଳାହାଣ୍ଡି ଚେସ୍ ଏସୋସିଏସନ ର ସମ୍ପାଦକ ତଥା ନାସନାଲ ଆରବିଟର ରବୀନ୍ଦ୍ର କୁମାର ସାହୁ, ସଭାପତି ହେମନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଥିବା ବେଳେ ଶିଶୁ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ଧନ୍ୟବାଦ ଦେଇଥିଲେ |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS