ବେଙ୍ଗାଲୁରୁ ଠାରେ ଓଡ଼ିଆ ମହିଳାଙ୍କୁ ହତ୍ୟା ଅଭିଯୋଗ ।
ଦିଅର ଭାଉଜଙ୍କ ପାପ ସମ୍ପର୍କରେ ବଳି ପଡ଼ିଗଲା ସ୍ତ୍ରୀର ଜୀବନ ।
କେନ୍ଦ୍ରପଡ଼ା, - :
ନିକିରାଇ ଥାନା ଅନ୍ତର୍ଗତ ଢ଼ୋଲ ପଞ୍ଚାୟତ ଅଧିନସ୍ଥ ଜମରା ଗ୍ରାମର ରମାକାନ୍ତ ସ୍ୱାଇଁଙ୍କ ଝିଅ ବର୍ଷାରାଣୀ ସ୍ୱାଇଁ ବୟସ ୨୦, (ପୂଜା) ଙ୍କ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଣ୍ଡରା ଗ୍ରାମର ବିଷ୍ଣୁ ଚରଣ ମଲ୍ଲିକଙ୍କ ପୁଅ ପ୍ରବୋଧ ମଲ୍ଲିକ ବୟସ ୪୧, ଙ୍କ ସହିତ ୨୦୨୫ ମସିହାରେ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଏବଂ ପ୍ରବୋଧର ବଡ଼ଭାଇ ପ୍ରତାପ ମଲ୍ଲିକ ଓ ଭାଉଜ ମଞ୍ଜୁଲତା ମଲ୍ଲିକଙ୍କ ସହିତ ମିଶିକରି ବେଙ୍ଗାଲୁରୁ ସ୍ଥିତ ବୈପ୍ପାନାହାଲି ଥାନା ଅନ୍ତର୍ଗତ କ୍ରିଷ୍ଣାୟାପଲାୟା ବସ୍ତି ଅଞ୍ଚଳରେ ଗୋଟିଏ ଜାଗାରେ ଭଡ଼ାଘରେ ରହୁଥିଲେ । ସ୍ୱାମୀ ପ୍ରବୋଧ ମଲ୍ଲିକ ସେଠାରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲା ଏବଂ ନିଜ ଶଳା ଜ୍ୟୋତିପ୍ରକାଶ ସ୍ୱାଇଁଙ୍କୁ ପାଖରେ ରଖି ହେଲ୍ପର ଭାବେ କାମରେ ଲଗାଉଥିଲା । ବିବାହର କିଛି ମାସ ପରେ ସ୍ୱାମୀ ପ୍ରବୋଧ, ଦେଢ଼ଶୂର ପ୍ରତାପ ଓ ବଡ଼ଯାଆ ମଞ୍ଜୁଲତା ସମସ୍ତେ ମିଶି ବର୍ଷାରାଣୀଙ୍କ ଉପରେ ଆରମ୍ଭ କରିଥିଲେ ନିର୍ଯ୍ୟାତନା । ବାପଘରୁ ଯୌତୁକ ଆଣିବାକୁ ଦାବି କରି ଶାଶୁଘର ଲୋକେ ବେଙ୍ଗାଲୁରୁରେ ରହି ବାରମ୍ବାର ଅତ୍ୟାଚାର କରୁଥିଲେ । ଦିନକୁ ଦିନ ସୀମା ଟପିଥିଲା ନିର୍ଯ୍ୟାତନା । ଏଭଳି ପରିସ୍ଥିତିରେ ୩ ମାସ ତଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲା । ଘର ଠାରୁ ବାହାରେ ରହୁଥିବାରୁ ନିରୁପାୟ ହୋଇଯାଇଥିଲା ବର୍ଷାରାଣୀ । ସେପଟେ ଭାଉଜ ମଞ୍ଜୁଲତାଙ୍କ ସହ ପ୍ରବୋଧଙ୍କ ଥିଲା ଅବୈଧ ପ୍ରେମ ସମ୍ପର୍କ । ଯେଉଁ କାରଣରୁ ପରିବାରରେ ଘନେଇଥିଲା ବିବାଦ । ଦିଅର ଓ ଭାଉଜଙ୍କ ପାପ ସମ୍ପର୍କରେ ବଳି ପଡ଼ିଗଲା ସ୍ତ୍ରୀର ଜୀବନ । ଅଭିଯୋଗ ଅନୁଯାୟୀ, ଜୁଲାଇ ମାସ ଗତ ୧୭ ତାରିଖ ଶୁକ୍ରବାର ଦିନ ଶଳା ଜ୍ୟୋତିପ୍ରକାଶ ପାଣି ପାଇପ୍ କାମରେ ଯାଇଥିବା ସମୟରେ ଦିନ ୧୧ଟା ବେଳେ ଭିଣୋଇ ପ୍ରବୋଧ ତା ପାଖରେ ପହଞ୍ଚି ତାକୁ କହିଥିଲା ତୋ ଭଉଣୀ ପୂଜା ସିଲିଂ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି । ସେ ଘରେ ଆସି ଦେଖିଲା ବେଳକୁ ତା ଭଉଣୀ ମୃତ ଅବସ୍ଥାରେ ପ୍ୟାନରେ ଝୁଲୁଛି । ତାହାର ପାଦ ଚଟାଣ ଠାରୁ ମାତ୍ର ୨ଇଞ୍ଚ ଉପରେ ରହିଛି ତା ପାଟି ଓ ନାକରୁ ରକ୍ତସ୍ରାବ ହୋଇଛି । ଯୋଜନା ମୁତାବକ ଏହା ଏକ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସେ ସନ୍ଦେହ କରିଥିଲା । ପାଖରେ ଥିବା ୩ ମାସର ପୁଅର ଅବସ୍ଥା ଜଟିଳ ସ୍ଥିତିରେ ଥିଲା ଯାହାକୁ ଦେଖି ସେ ସଂଜ୍ଞାହୀନ ହୋଇପଡ଼ିଥିଲା । ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ବୈପ୍ପାନାହାଲି ଥାନା ପୁଲିସ ଦିନ ୧୨ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ । ଘଟଣା ପରେ ଘର ମାଲିକ ଶଳା ଜ୍ୟୋତିପ୍ରକାଶକୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ ଯେ' ସେମାନେ କହିବା ଅନୁସାରେ ଥାନାରେ ଏତଲା କରିବାକୁ । ହେଲେ ସେଠାରେ ବହୁ କଷ୍ଟରେ ଦୁଇଦିନ ରହି ପରେ ଲୁଚିକରି ଘରକୁ ପଳାଇ ଆସି ଭଉଣୀର ହତ୍ୟା ଅଭିଯୋଗରେ ସ୍ୱାମୀ ପ୍ରବୋଧ, ଦେଢ଼ଶୂର ପ୍ରତାପ, ବଡ଼ଯାଆ ମଞ୍ଜୁଲତାଙ୍କ ନାମରେ ବେଙ୍ଗାଲୁରୁ ପୋଲିସ ଡିଜିପି, ବେଙ୍ଗାଲୁରୁ ପୋଲିସ କମିଶନର, ଓ ବୈପ୍ପାନାହାଲି ଥାନା ସମେତ ଓଡ଼ିଶା ପୋଲିସ ଡିଜିପି, ଏସପି କେନ୍ଦ୍ରପଡ଼ା ଓ ନିକିରାଇ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଦୀର୍ଘ ୯ ଦିନ ବିତି ଯାଇଥିଲେ ସୁଦ୍ଧା ଶବ ବ୍ୟବଚ୍ଛେଦ ହୋଇ ନପାରି ସେଠାକାର ହସ୍ପିଟାଲ୍ ପରିସରରେ ପଡ଼ିରହିଛି । ଝିଅ ଘର ପରିବାର ଲୋକ ସେଠାରେ ପହଞ୍ଚିଲେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment