BREAKING
Loading...
:

୪ ମାସ ହେଲା ବୃଦ୍ଧା ବୃଦ୍ଧିଙ୍କୁ ବାର୍ଦ୍ଧକ୍ଷ ଭର୍ତ୍ତା ମିଳୁନି ।

 ୪ ମାସ ହେଲା ବୃଦ୍ଧା ବୃଦ୍ଧିଙ୍କୁ ବାର୍ଦ୍ଧକ୍ଷ ଭର୍ତ୍ତା ମିଳୁନି । 




ବ୍ରମ୍ହପୁର(ରଙ୍ଗେଇଲୁଣ୍ଡା ) - ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ୪ ମାସ ହେଲା ବୃଦ୍ଧା ବୃଦ୍ଧିଙ୍କୁ ବାର୍ଦ୍ଧିକ୍ଷ୍ୟ ଭର୍ତ୍ତା ମିଳୁନି ସାମାଜିକ ସୁରକ୍ଷା ଏବଂ ସରକାରୀ ସହାୟତା କୁ ଏକ ସଂଗୀନ ଚିତ୍ର ସାମ୍ନାକୁ ଆସିଛି । ଗତ ସାଧାରଣ ନିର୍ବାଚନ ସମୟରେ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ନାଗରିକମାନଙ୍କୁ ମାସିକ ୩ ହଜାର ଟଙ୍କାର ବାର୍ଦ୍ଧକ୍ଷ୍ୟ ଭର୍ତ୍ତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହା ସମ୍ପୁର୍ଣ୍ଣ ବିପଳ ପ୍ରମାଣିତ ହୋଇଛି। ପ୍ରାୟ ୨ ବର୍ଷ ବିତିଯାଇଥିଲେ   ମଧ୍ୟ ଅଞ୍ଚଳର ଶତାଧିକ ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଡା ପଞ୍ଚାୟତ ଅଞ୍ଚଳର ୮୦ ବର୍ଷୀୟା ବୃଦ୍ଧା ବାଞ୍ଚାନିଧି ସାହୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଏବଂ ଦାରିଦ୍ର୍ୟ ସହ ସଂଗ୍ରାମ କରୁଥିବା ବାଞ୍ଚାନିଧି ସାହୁ ଭଳି ବହୁ ବୃଦ୍ଧବୃଦ୍ଧା ସରକାରୀ ସହାୟତା ପାଇଁ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇଛନ୍ତି । ଅନ୍ୟପଟେ ବ୍ଳକ କତୃପକ୍ଷ୍ୟ  କର୍ଣ୍ଣପାତ ନେଉନଥିବା ଦେଖିବାକୁ ମିଳିଛି । ଗତ ୪ ମାସ ହେଲା ବାଞ୍ଚାନିଧି ସାହୁ ପାଉଥିବା ମାସିକ ୧୦୦୦ ଟଙ୍କା ଭର୍ତ୍ତା ପାଇନାହାନ୍ତି ବୋଲି କହିଛନ୍ତି । ସେ ବ୍ୟାଙ୍କ୍ କୁ ଦୌଡି ଦୌଡି ନିରାଶ ହୋଇଗଲେ । ବାଞ୍ଚାନିଧି ସାହୁ ତେବେ ପରିଣତ ବୟଷ ରେ ଭଲକରି ଚାଲିପାରୁନଥିବା ବର୍ତମାନ ତାଙ୍କ ଦେହ ଅସୁସ୍ତ ଥିବାବେଳେ ଭର୍ତ୍ତା ଟଙ୍କା ପାଉନଥିବା କାରଣରୁ ଚିକିତ୍ସା ମଧ୍ୟ କରିପାରୁନାହାନ୍ତି । ଅଭିଯୋଗ ଅନୁଯାୟୀ ଅସହାୟ ହିତାଧିକାରୀ ମାନେ ଯେତେବେଳେ ନିଜର ହକ୍ ମାଗିବାକୁ ବ୍ଲକ ଅଫିସକୁ ଯାଉଛନ୍ତି ସେଠାରେ ସେମାନଙ୍କୁ କେବଳ ଗୋଟିଏ ନିରାଶଜନକ ଉତ୍ତର ମିଳୁଛି ଉପରୁ ଟାର୍ଗେଟ୍ ଆସିନାହିଁ । ଏହି ବାହାନା ଦେଖେଇ ଦିର୍ଘ ୨ ବର୍ଷି ଧରି ବହୁ ଗରିବ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ କେବଳ ଦୌଡା ଯାଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସାଧାରଣରେ ପ୍ରଶ୍ନ ଉଠୁଛି ଜଦି ସରକାର ବୃଦ୍ଧବୃଦ୍ଧାଙ୍କ କଲ୍ୟାଣ ପାଇଁ ବଡ ବଡ ଦାବି କରୁଛନ୍ତି ତେବେ ବାସ୍ତବରେ ଏହି ଯୋଗ୍ୟ ହିତାଧିକାରୀମାନଙ୍କୁ ପାଖକୁ ସହାୟତା କାହିଁକି ପହଞ୍ଚି ପାରୁନାହିଁ, କେବେ ମିଳିବ ଏହି ଅସହାୟ ଲୋକଙ୍କୁ ସେମାନଙ୍କର ପ୍ରାପ୍ୟ ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି । ସ୍ଥାନୀୟ ବୃଦ୍ଧିଜୀବୀ ଓ ଜନସାଧାରଣ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ରଙ୍ଗେଇଲୁଣ୍ଡା ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS