ଶ୍ରୀ ପତିତପାବନ ଜୀଉଙ୍କ ବରାହ ଅବତାର ବେଶ
ଦଶପଲ୍ଲା ୧୯/୦୭ :- ଦଶପଲ୍ଲା କୁଞ୍ଜବନଗଡ଼ର ମହାପ୍ରଭୁ ଶ୍ରୀ ପତିତପାବନ ଜୀଉଙ୍କ ଆଜି ଆଡ଼ପ ମଣ୍ଡପରେ ବରାହ ଅବତାର ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପୁରାଣ ବର୍ଣ୍ଣନା ଅନୁଯାୟୀ, ସତ୍ୟ ଯୁଗରେ ହିରଣ୍ୟକଶ୍ୟପ ଓ ହିରଣାକ୍ଷ ଦୁଇ ଅସୁର ଭ୍ରାତା ଥିଲେ। ସାନ ଭାଇ ହିରଣାକ୍ଷ ଅତ୍ୟନ୍ତ ବଳଶାଳୀ ଥିଲା। ସମଗ୍ର ଜଗତରୁ ବିଷ୍ଣୁ ସତ୍ତାକୁ ପୂଜା କରୁଥିବା ମାନବ ସମାଜ ସମେତ ଜୀବଜଗତକୁ ଧ୍ବଂସ କରିବା ପାଇଁ ପ୍ରଳୟ ଅବସ୍ଥା ସୃଷ୍ଟି କରି ପୃଥିବୀକୁ ରସାତଳଗାମୀ କରିବା ପାଇଁ ପ୍ରୟାସ କରିଥିଲା। ଏ ସମୟରେ ସଂସାରକୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ବରାହ ଅବତାର ଧାରଣ କରି ହିରଣାକ୍ଷ ଅସୁରକୁ ବଧ କରି ପୃଥିବୀକୁ ମହାପ୍ରଳୟରୁ ଉଦ୍ଧାର କରିଥିଲେ। ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବରାହ ଅବତାର ବେଶକୁ ଦେଖିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment