୫ ରେ ବଡମ୍ବା ଗସ୍ତରେ ଆସୁଛନ୍ତି ଅମିତ ଶାହ....
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତା ୩ ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ବରଗଡ଼, ସମ୍ବଲପୁର, କଟକ ଜିଲ୍ଲାର (ବଡମ୍ବା) ରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
୫ ତାରିଖ (ରବିବାର) ବଡ଼ମ୍ବା ଆସିବେ ଅମିତ ଶାହ। ଦିନ ୧୧ଟା ୨୫ ରେ ବଡ଼ମ୍ବା ଚିନିକଳର ପୁନରୁଦ୍ଧାର ଉତ୍ସବରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିବେ । ସେଠାରୁ ଫେରି ଅପରାହ୍ନ ୩ଟାରେ ଭୁବନେଶ୍ୱର ସପ୍ତମ ବାଟାଲିୟନ ପରିସରକୁ ଆସିବେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق