BREAKING
Loading...
:

ବାଇକ୍ ସହିତ ୧୩ କେଜି ଗଞ୍ଜେଇ ଜବତ, ୬୦ ବର୍ଷିୟ ବୃଦ୍ଧ ଗିରଫ

 ବାଇକ୍ ସହିତ ୧୩ କେଜି ଗଞ୍ଜେଇ ଜବତ, ୬୦ ବର୍ଷିୟ ବୃଦ୍ଧ ଗିରଫ 

ଗଣିଆ ୦୧/୦୭(ମଣିଭଦ୍ରା ଖବର) ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା, ଏଏସଆଇ ଶାହା ଆଲାମ ଖାଁ ପାଟ୍ରୋଲି° କରୁଥିବା ବେଳେ ଦଶିପୁର ତୋଟା ନିକଟରୁ ଜଣେ ୬୦ ବର୍ଷିୟ ବୃଦ୍ଧଙ୍କୁ ଗିରଫ କରିଥିବା ଜଣାପଡିଛି । ବୃଦ୍ଧ ଜଣକ ନରସିଂହପୁର ଲେମ୍ବୁଜେନା ସାହିର ସୁଧାକର ସାହୁ ବୋଲି ଜଣାପଡିଛି । ତାଙ୍କ ନିକଟରୁ ପୋଲିସ ୧୩ କିଲୋ ଗଞ୍ଜେଇ ଜବତ କରିବା ସହିତ ଗୋଟିଏ ବାଇକ୍ ମଧ୍ୟ ଜବତ କରିଛନ୍ତି । ବୃଦ୍ଧ ଜଣକ ଫୁଲବାଣୀରୁ ଗଞ୍ଜେଇ ନେଇ ନରସିଂହପୁର ଯାଉଥିବା ଜଣାଇଛି ।  ଅତିରିକ୍ତ ତହସିଲଦାର ରମେଶ ଗୋଛିଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଜବତ କରାଯାଇଥିବା ବେଳେ ଆସନ୍ତାକାଲି ବୃଦ୍ଧ ଜଣଙ୍କୁ  କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS