BREAKING
Loading...
:

IPL ବେଟିଂ ରାକେଟର ମୁଖ୍ୟ ତଥା ନମସ୍ତେ ଗ୍ରୁପର ମୁଖ୍ୟ କ୍ରିଷ୍ଣାପ୍ରସାଦ ତ୍ରିପାଠୀ ଓରଫ ସିତୁ ଓ ତାଙ୍କ ଭାଇଙ୍କୁ ବ୍ରହ୍ମପୁରରୁ ଉଠାଇଲା ପୁଲିସ

 



*ପୁରୀ ବାସେଳୀସାହି ଥାନା ଅଞ୍ଚଳରେ ଗତ ଏପ୍ରିଲ ମାସରେ ଧରାପଡ଼ିଥିବା IPL ବେଟିଂ ରାକେଟର ମୁଖ୍ୟ ତଥା ନମସ୍ତେ ଗ୍ରୁପର ମୁଖ୍ୟ କ୍ରିଷ୍ଣାପ୍ରସାଦ ତ୍ରିପାଠୀ ଓରଫ ସିତୁ ଓ ତାଙ୍କ ଭାଇଙ୍କୁ ବ୍ରହ୍ମପୁରରୁ ଉଠାଇଲା ପୁଲିସ। ପୁରୀ ସାଇବର ଥାନା ଉଭୟଙ୍କୁ ଉଠାଇବା ପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ପଚରାଉଚରା ପରେ ସାଙ୍ଗରେ ନେଇଥିବା ସୂଚନା। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ପ୍ରମାଣ ମିଳିଛି। ସିତୁକୁ ପୁରୀ ପୁଲିସ ସାଙ୍ଗରେ ନେଇ ଯାଇଥିବା ବେଳେ ତାଙ୍କ ଭାଇକୁ ପୁଲିସ ଛାଡିଦେଇଛି। ତାଙ୍କ ଭାଇର ସିମ IPL ବେଟିଂରେ ବ୍ୟବହାର ହୋଇଥିବା ତଦନ୍ତରେ ଜଣାପଡିଛି। ସୀତୁଙ୍କ ଭାଇ ଏଥିରେ ସମ୍ପୃକ୍ତି ଅଛି ନା ନାହିଁ ତାର ତଦନ୍ତ ଚାଲିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS