BREAKING
Loading...
:

ବାଙ୍କୀ ବିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ

 ବାଙ୍କୀ ବିଜେପି ପକ୍ଷରୁ  ଧର୍ମେନ୍ଦ୍ର ପ୍ରଧାନଙ୍କ  ଜନ୍ମଦିନ ପାଳନ         




ବାଙ୍କୀ , 26-6(ମାନସ ରଞ୍ଜନ ସାହୁ ): ବିଜେପି ନେତା ତଥା ବାଙ୍କୀ ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ  ନିର୍ବାଚନ ମଣ୍ଡଳୀର ବିଭିନ୍ନ ଶକ୍ତିକେନ୍ଦ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 58ତମ ଜନ୍ମ ଦିନ  ବଡ଼ ଧୁମଧାମରେ ପାଳନ କରାଯାଇଛି । ବାରଙ୍ଗ ମଣ୍ଡଳର ନରାଜ ଶକ୍ତିକେନ୍ଦ୍ର ଠାରେ ଥିବା ବୃଦ୍ଧାଶ୍ରମରେ ପ୍ରଥମେ ଶ୍ରୀ ଚକ୍ରବର୍ତ୍ତୀ ତାଙ୍କର ସମର୍ଥକମାନଙ୍କ ସହ ପହଞ୍ଚି ସେଠାରେ ରହୁଥିବା ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନରାଜ ଶକ୍ତିକେନ୍ଦ୍ର ପ୍ରମୁଖ କୃଷ୍ଣ ଚନ୍ଦ୍ର ଦାସ,ନିରଞ୍ଜନ ପାଇଟାଲ ପ୍ରମୁଖ ସାମିଲ ହୋଇଥିଲେ । ଦ୍ୱିତୀୟ କାର୍ଯ୍ୟକ୍ରମ  ଡ଼ମପଡ଼ା ମଣ୍ଡଳର ଗୋବିନ୍ଦପୁର ଶକ୍ତିକେନ୍ଦ୍ରର କୁସୁନ୍ଦା ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକର୍ମରେ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଛାତ୍ର,ଛାତ୍ରୀ ଏବଂ ଦଳର ବରିଷ୍ଠ ନେତା ସୁରେଶ ଚନ୍ଦ୍ର ତ୍ରିପାଠୀ,ସୁଶାନ୍ତ କୁମାର ଜେନା,ସୁରେନ୍ଦ୍ର ପଢ଼ିଆରୀ,ଭକ୍ତି ପଟ୍ଟନାୟକ,ବିଭୁଦତ୍ତ ଟୀକାୟତ ମଣ୍ଡଳ ସମ୍ପାଦକ ସିଦ୍ଧେଶ୍ଵର ମିଶ୍ରଙ୍କ ସହ ଦଳର ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।  ପରେ  ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ନଗର ମଣ୍ଡଳର ଶୁଭେଚ୍ଛୁ ସମର୍ଥକମାନଙ୍କ ଗହଣରେ ଚିକିତ୍ସାଧିନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ସଞ୍ଜୟ ରଣା,କଟକ ଜିଲ୍ଲା ବିଜେପି ସମ୍ପାଦିକା ଅନିତା ମିଶ୍ର,ବରିଷ୍ଠ ନେତା ତଥା ଡ଼ମପଡ଼ା ବ୍ଲକ ସାଂସଦ ପ୍ରତିନିଧି ସରୋଜ ମତ୍ତଗଜସିଂ,ଦେବାଶିଷ ମାନସିଂ,ସରୋଜ ମିଶ୍ର ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ବାଙ୍କିର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକା ପୀଠରେ ମାଙ୍କ ସନ୍ଧ୍ୟା ଆଳତି ସମୟରେ ଶ୍ରୀ ଚକ୍ରବର୍ତ୍ତୀଙ୍କ ସହ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ  ନିରାମୟ ଏବଂ ଦୀର୍ଘାୟୁ ଜୀବନ କାମନା କରି ସମୂହ ଦ୍ବୀପ ପ୍ରଜ୍ଵଳନ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS