BREAKING
Loading...
:

ଅଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

 ଅଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା 


ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକର ଆଡକଟା ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜନୀତି ବିଭାଗର ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ଅବସର ଗ୍ରହଣ କରିଛନ୍ତି । ସେ ୧୯୯୨ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ସେ ଜଣେ ସମୟାନୁବର୍ତୀ, ପରିଶ୍ରମୀ ତଥା ଛାତ୍ର ବତ୍ସଳ ଅଧ୍ୟାପକ ଥିଲେ । ଅବସର ଗ୍ରହଣ କରିଥିବା ଅଧ୍ୟାପକଙ୍କର ପେନସନ ନଥିବାରୁ ସମସ୍ତଙ୍କ ପକ୍ଷରୁ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ଅବସର ସମୟ ତାଙ୍କର ନିରାମୟ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଛାତ୍ର ଛାତ୍ରୀ ତଥା ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ ଅଧ୍ୟାପକଙ୍କୁ ଉପହାର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । 

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS