BREAKING
Loading...
:

ସରପଞ୍ଚ ଚାମେଲି ଓଝା ମାମଲା, ଜିଲ୍ଲା ସରପଞ୍ଚ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

 



ସରପଞ୍ଚ ଚାମେଲି ଓଝା ମାମଲା,

ଜିଲ୍ଲା ସରପଞ୍ଚ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,  -: 

ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥବା ପ୍ରଶାସନିକ ଅଧିକାରୀମାନଙ୍କ ଅମାନବୀୟ ବ୍ୟବହାର ପାଇଁ ରାଜ୍ୟ ସାରା ବିଭିନ୍ନ ମହଲରୁ ପ୍ରତିବାଦର ସ୍ବର ଉଠିଛି । ଜିଲ୍ଲାର ଜଣେ ଜନ ପ୍ରତିନିଧି ତଥା କାର୍ଯ୍ୟରତ ସରପଞ୍ଚଙ୍କ ପ୍ରତି ବ୍ଲକ୍ ପ୍ରଶାସନ ଏବଂ ପୋଲିସର ସୁପରିକଳ୍ପିତ ନିର୍ଯ୍ୟାତନା ଘଟଣାକୁ ନେଇ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ସରପଞ୍ଚ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହିପରି ଦିନ ୧୧ଟା ସମୟରେ ଜିଲ୍ଲାର ସବୁ ପଞ୍ଚାୟତର ସରପଞ୍ଚ ମାନେ ରୁଣ୍ଡ ହୋଇ ଉକ୍ତ ଘଟଣାକୁ ଦୃଢ଼ ପ୍ରତିବାଦ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ମହାକାଳପଡ଼ା ଥାନା ଅଧିକାରୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ବୋଲି ନାରାବାଜି କରିଥିଲେ । ଅପରପକ୍ଷେ ସରପଞ୍ଚ ଚାମେଲି ଓଝା ନାଁରେ ହୋଇଥିବା ମିଛ ମୋକଦ୍ଦମାକୁ ସସମ୍ମାନେ ନିଃସର୍ତ୍ତ ପ୍ରତ୍ୟାହାର କରାଯାଉ ତ ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତି ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ଜୋର୍ ଧରିଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥତିରେ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନାଙ୍କୁ ସରପଞ୍ଚ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS