BREAKING
Loading...
:

ରାତି ସାରା ଚାଲିଛି ବାଲି ଚୋରା ଚାଲାଣ, ପ୍ରଶାସନ ନିରବ

 



ରାତି ସାରା ଚାଲିଛି ବାଲି ଚୋରା ଚାଲାଣ, ପ୍ରଶାସନ ନିରବ!

 ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ତହସିଲ ଅନ୍ତର୍ଗତ ବାଘମୁଣ୍ଡ ଅଞ୍ଚଳର ଗେଡା ନଦୀରୁ ରାତି ସାରା ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ଚାଲୁଥିବା ଅଭିଯୋଗ ଉଠିଛି। ପ୍ରତିଦିନ ରାତିରେ ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ି ଯୋଗେ ନଦୀରୁ ବିପୁଳ ପରିମାଣର ବାଲି ଉଠାଯାଇ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ବେଆଇନ ବାଲି ଖନନ ଫଳରେ ନଦୀର ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହେବା ସହ ଚାଷ ଜମି ଓ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେଉଛି। ତଥାପି ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ପକ୍ଷରୁ କୌଣସି କଠୋର ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହା ସହ ଗେଡା ନଦୀରୁ ଚାଲିଥିବା ବେଆଇନ ବାଲି ଉତ୍ତୋଳନକୁ ବନ୍ଦ କରିବା ପାଇଁ ପ୍ରଶାସନ ତତ୍ପରତା ଦେଖାଇବାକୁ ସେମାନେ ଅନୁରୋଧ କରିଛନ୍ତି।

ଏ ନେଇ ତହସିଲ ପ୍ରଶାସନର ପ୍ରତିକ୍ରିୟା ମିଳିନଥିବା ବେଳେ, ସ୍ଥାନୀୟ ଲୋକେ ଶୀଘ୍ର ଏହାର ସମାଧାନ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS