ସର୍ତ୍ତ ମୁଳକ ଜାମିନ ରେ ଆସି ଆଉ କୋର୍ଟ ରେ ହାଜର ହେଲେନି ନାବାଳିକା ଦୁଷ୍କର୍ମ ଅଭିଯୋଗ ରେ ଗିରଫ ହୋଇଥିବା ବିଜେପି ନେତା ଭବାନି ଶଙ୍କର। ଜାହା ଫଳରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସହ ବୈଦ୍ୟନାଥ ପୁର ଥାନା କୁ ସୁଚନା ଦେଇଛନ୍ତି କୋର୍ଟ। ଏପରିକି ଆସନ୍ତା 25 ତାରିଖ ସୁଧା କୋର୍ଟ ର ଜିମା ଦେବାକୁ ବୈଦ୍ୟନାଥ ପୁରୁ ଥାନା କୁ ନୋଟିସ ଥିବା ବେଳେ ଥାନା ଏ ନେଇ ଅବଗତ ନଥିବା କହୁଛି। ଜାହା ଫଳରେ ଥାନା ବାବୁଙ୍କ ଭୁମିକା ଏବେ ସନ୍ଦେହ ଘେରରେ। ଏପରିକି ବୈଦ୍ୟନାଥ ପୁର ଥାନା ଅଧିକାରୀ ଆମ ପୋଲିସ ସେବା ଲକ୍ଷ୍ୟ ଠାରୁ ବହୁ ଦୁରରେ। କୌଣସି ବ୍ଯକ୍ତି ଙ୍କ ଫୋନ ନ ଧରିବା ଜରୁରି କାଳିନ ଫୋନ କୁ ଗୁରୁତ୍ବ ନ ଦେବା ଶୁଭଙ୍କର ନୁହେ ବୋଲି ବୁଦ୍ଧିଜୀବୀଙ୍କ ମହଲ ରେ ଚର୍ଚ୍ଚା ଯୋର ଧରିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment