BREAKING
Loading...
:

ପାନୀୟ ଜଳ ସମସ୍ୟାକୁ ନେଇଁ ରାସ୍ତା ଅବରୋଧ କଲେ ବିଶ୍ୱନାଥପୁର ଧଅଁରାଭଟା କଲୋନୀ ପଡାର ମହିଳା

 ପାନୀୟ ଜଳ ସମସ୍ୟାକୁ ନେଇଁ ରାସ୍ତା ଅବରୋଧ କଲେ ବିଶ୍ୱନାଥପୁର ଧଅଁରାଭଟା କଲୋନୀ ପଡାର ମହିଳା



 

ଲାଞ୍ଜିଗଡ଼,/ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ ଧଅଁରାଭଟା କଲୋନୀ ପଡାରେ  ଜଳସଂକଟ ଦେଖା ଦେଇଛି।ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ୪୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଧଅଁରାଭଟା କଲୋନୀ ପଡାର ମହିଳା ମାନେ ପାନୀୟ ଜଳ ସମସ୍ୟାକୁ ନେଇ  ସକାଳୁ ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ହାଣ୍ଡି,ଗରା,ବାଲ୍ଟି,ନଖି ଧରି ରାସ୍ତା ଅବରୋଧ କରିଥିଲେ।ଯାହା ଫଳରେ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଘଣ୍ଟା କାଳ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଥିଲା।ଖବର ପାଇ ବିଶ୍ୱନାଥପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।


ସୂଚନା ଅନୁସାରେ ବିଶ୍ୱନାଥପୁର ପଞ୍ଚାୟତ ଅଧୀନରେ ଥିବା ଧଅଁରାଭଟାର ଏହି କଲୋନୀ ପଡ଼ାରେ ୧୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଆଜିକୁ ବହୁଦିନ ହେଲା ପାନୀୟ ଜଳ ସମସ୍ୟା ଦେଖା ଦେଇଛି।ପଡ଼ାରେ ଦୁଇଟି ନଳକୂପ ରହିଥିବା ବେଳେ ପାଣି ନିଅଁଣ୍ଟ ହେଉଛି।ପଞ୍ଚାୟତ ପକ୍ଷରୁ ପାଇପ ଦ୍ବାରା ଜଳ ଯୋଗାଣ ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଅନ୍ୟ ସମୟ କେବଳ  ୧୦ ମିନିଟ ପଡାବାସୀଙ୍କୁ ପାଣି ଦିଆଯାଇଛି। ଆଜିକୁ ବହୁ ଦିନ ହେଲା ପଞ୍ଚାୟତ ପକ୍ଷରୁ ପାଣି ସମ୍ପୂର୍ଣ୍ଣ ଭାବେ ମିଳୁନଥିବା ଯୋଗୁଁ ପଡ଼ାରେ ଘୋର ଜଳ ସଙ୍କଟ ଦେଖା ଦେଇଛି।ପଞ୍ଚାୟତ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଯାଇ ବାରମ୍ବାର ଗୁହାରୀ ଜଣାଇବା ସତ୍ତ୍ୱେ ଏହାକୁ ନେଇ ବିଭିନ୍ନ ତ୍ରୁଟି ଦେଖାଉଛନ୍ତି।ବାରମ୍ବାର ଅଭିଯୋଗ ପରେ କେହି କର୍ଣ୍ଣପାତ ନକରିବାରୁ  ବିଶ୍ୱନାଥପୁର ଧଅଁରାଭଟା କଲୋନୀ ପଡାର ମହିଳା ମାନେ ପାନୀୟ ଜଳ ସମସ୍ୟାକୁ ନେଇ ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ସକାଳ ୧୦ ଘଣ୍ଟା ସମୟରେ ହାଣ୍ଡି,ଗରା,ବାଲ୍ଟି,ନଖି ଧରି ମୁଖ୍ୟ ରାସ୍ତା ଅବରୋଧ କରିଥିବା ପ୍ରକାଶ କରିଛନ୍ତି।ଯାହା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଗାଡି ମୋଟର ଅଟକି ରହିଥିବା ବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା।ଖବର ପାଇ ବିଶ୍ୱନାଥପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ପଡାକୁ ଆସନ୍ତା କାଲିଥାରୁ ପର୍ଯ୍ୟନ୍ତ ଗୋଟିଏ ପାଣି ଟ୍ୟାଙ୍କର ଦ୍ବାରା ପାଣି ଯୋଗାଇ ଦିଆଯିବା ସହିତ  ବିଦ୍ୟୁତ ସରବରାହ ଠିକ ଥିଲେ ପଞ୍ଚାୟତ ପକ୍ଷରୁ ୩୦ ମିନିଟ ପର୍ଯ୍ୟନ୍ତ ପାଣି ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।ଏହାପରେ ମହିଳା ମାନଙ୍କୁ ବୁଝାସୁଝା କରିବା ପରେ ପ୍ରାୟ ଦିନ ୧୨ ଘଣ୍ଟା ସମୟରେ ଯାତାୟତ ସ୍ୱାଭାବିକ ହୋଇଥିଲା।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS