BREAKING
Loading...
:

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

 ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ



କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ଜୁଲାଇ ୧ରୁ ୩ ଭାଷା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ସିବିଏସ୍‌ଇ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ ପାଠ୍ୟକ୍ରମରେ ୩ ଭାଷା ରହିବ।


ତେବେ ତୃତୀୟ ଭାଷା ପାଇଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ ନାହିଁ। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ଏବଂ ସ୍କୁଲ୍‌ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଯୋଜନା ୨୦୨୩ ସହ ସଂଶୋଧିତ ଢାଞ୍ଚାକୁ ସମତୁଲ କରାଯାଇଛି।


ପୂର୍ବରୁ ସିବିଏସ୍‌ଇ ପାଠ୍ୟକ୍ରର୍ମରେ କୁହାଯାଇଥିଲା ଷଷ୍ଠ ଶ୍ରେଣୀରୁ ତ୍ରିଭାଷୀ ସୂତ୍ର ଲାଗୁହେବ ଏବଂ ୨୦୩୦-୩୧ ସୁଦ୍ଧା ଏହା ଦଶମ ଶ୍ରେଣୀରେ ପହଞ୍ଚିବ। ମେ' ୧୫ରେ ପ୍ରକାଶିତ ନୂଆ ସର୍କୁଲାରରେ ଉକ୍ତ ମୌଳିକ ଢାଞ୍ଚାରେ ପରିବର୍ତ୍ତନ ହୋଇ ନ ଥିବାବେଳେ ନବମ ଓ ଦଶମ ଶ୍ରେଣୀ ପାଇଁ ସମୟସୀମା ଓ ନିୟମାବଳୀ ସ୍ଥିର କରାଯାଇଛି।


ଆଗାମୀ ଜୁଲାଇ ୧ରୁ ନବମ ଶ୍ରେଣୀ ପାଠ୍ୟକ୍ରମରେ ୩ ଭାଷାକୁ ବାଧ୍ୟତାମୂଳକ କରାଯାଇଛି। ସଂଶୋଧିତ ବ୍ୟବସ୍ଥାରେ ଛାତ୍ରୀଛାତ୍ର ଆର୍‌୧, ଆର୍‌୧ ଏବଂ ଆର୍‌୩ରେ ୩ଟି ଭାଷା ପଢ଼ିବେ। ସେଥିମଧ୍ୟରୁ ଅନୂ୍ୟନ ୨ଟି ଭାରତୀୟ ଭାଷା ରହିବା ବାଧ୍ୟତାମୂଳକ। ଯଦି ପିଲା ୨ଟି ଭାରତୀୟ ଭାଷାକୁ ଚୟନ କରିଥିବେ, ତେବେ ସେମାନେ ତୃତୀୟ ବିକଳ୍ପ ଭାବେ ବିଦେଶୀ ଭାଷା ବାଛିପାରିବେ। ତୃତୀୟ ଭାଷା ଭାବେ ଆଞ୍ଚଳିକ ଭାଷାଗୁଡିକର ତାଲିକାରେ 'ଓଡ଼ିଆ' ସହିତ ମୋଟ ୧୯ଟି ଭାଷାକୁ ସ୍ଥାନ ଦିଆଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS