ସଡ଼କ ଦୁର୍ଘଟଣାରେ ବିଜେପି ସକ୍ରିୟ ନେତାଙ୍କ ଦେହାନ୍ତ, ପାଟଣାଗଡ଼ରେ ଶୋକର ଛାୟା
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ସୋରୋଜ କୁମାର ଚିନ୍ତା (ଓରଫ ରାଣ ଚିନ୍ତା) ସଡ଼କ ଦୁର୍ଘଟଣାରେ ଦୁଃଖଦ ଭାବେ ପରଲୋକଗମନ କରିଥିବା ଖବର ପ୍ରଚାର ପାଇବା ପରେ ସମଗ୍ର ପାଟଣାଗଡ଼ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି। ତାଙ୍କର ଅକାଳ ମୃତ୍ୟୁ ପରେ ଅଞ୍ଚଳରେ ଏକ ଅପୂରଣୀୟ କ୍ଷତି ବୋଲି ସାଧାରଣ ଲୋକେ ମନେ କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ତାଙ୍କୁ ମୂତୁ କରିଥିଲେ। ଏହି ଘଟଣା ନେଇ ଅଞ୍ଚଳରେ ଗଭୀର ଦୁଃଖ ଓ ଶୋକର ପରିବେଶ ଦେଖାଯାଉଛି।
ସୋରୋଜ କୁମାର ଚିନ୍ତା ଜଣେ ସକ୍ରିୟ Bharatiya Janata Party (ବିଜେପି) ନେତା ଭାବେ ପରିଚିତ ଥିବା ସହିତ ସମାଜସେବା କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବେ ଜଡିତ ଥିଲେ। ସେ ପାଟଣାଗଡ଼ର କ୍ରିକେଟ ମଣ୍ଡଳୀରେ ମଧ୍ୟ ଜଣେ ପରିଚିତ ଓ ଲୋକପ୍ରିୟ ମୁହଁ ଥିଲେ। ତାଙ୍କ ସହଜ, ମିଳନସାର ଓ ସେବାମୂଳକ ମନୋଭାବ ପାଇଁ ସେ ସବୁମହଳରେ ଆଦୃତ ଥିଲେ।
ତାଙ୍କ ଦେହାନ୍ତ ଖବର ପ୍ରଚାର ପାଇବା ସହିତ ବିଜେପି କର୍ମୀ, ସ୍ଥାନୀୟ କ୍ରିକେଟ ଖେଳାଳି ଓ ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତାଙ୍କ ଅକାଳ ବିୟୋଗକୁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଛନ୍ତି।
ଏହି ଦୁଃଖଦ ଘଟଣାକୁ ନେଇ ପାଟଣାଗଡ଼ ଅଞ୍ଚଳର ବିଭିନ୍ନ ମହଳର ଲୋକେ ଗଭୀର ଶୋକ ପ୍ରକାଶ କରିଥିବା ବେଳେ, ତାଙ୍କ ଆତ୍ମାର ଶାନ୍ତି କାମନା କରିଛ ନ୍ତି ନନ୍ଦନ କୁମାର ଠାକୁର, ସୁମନ୍ତ ମେହେର, ମୁନା ଠାକୁର, ମୁନା ମହାନ୍ତି, ପିଙ୍କୁ ବୁଡ଼େକ ଓ ଅମିତ ରାଉତ ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇବା ସହ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment