*ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି, ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟରେ, ଜଳଛତ୍ର ବ୍ୟବସ୍ଥା ପାଇଁ ଦାବି !*
ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ, ରାଜ୍ୟ ସରକାର ପ୍ରତେକ ସହର, ଓ ଗ୍ରାମର ଗଳିକନ୍ଦି ଓ ଅଫିସ କାର୍ଯ୍ୟାଳୟ ରେ, ପ୍ରବଳ ଖରାରୁ ଆଶ୍ବସ୍ତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ଜଳ ଛତ୍ର ବ୍ୟବସ୍ଥା କରିଛନ୍ତି, ଲୋକଙ୍କୁ ପ୍ରବଳ ଖରାରେ ବୁନ୍ଦିୟେ ପାଣି ଯୋଗେଇ ଦେବା ପାଇଁ ! ବିଭିର୍ଣ୍ଣ ସହର ର ଗଳି କନ୍ଦି ଗୁଡିକରେ ଥଣ୍ଡା ପାନୀୟ, ଦହି ସର୍ବତ ଆଦି ବଣ୍ଟନ କରାଯାଉଛି ! ହେଲେ ବିଡ଼ମ୍ବନା ର ବିଷୟ, ବ୍ଲକ କାର୍ଯ୍ୟାଳୟ ପରିସରରେ ଜଳ ଛତ୍ର ବ୍ୟବସ୍ଥା ନ ଥିବାରୁ, ଗ୍ରାମାଞ୍ଚଳ ରୁ ବ୍ଲକ କାର୍ଯ୍ୟାଳୟ କୁ ବିଭିର୍ଣ୍ଣ କାର୍ଯ୍ୟରେ ଆସୁଥିବା ଆବାଳ ବୃଦ୍ଧ ବନିତାଙ୍କୁ, ଗ୍ରୀଷ୍ମ ପ୍ରକୋପ ରେ ପାଣିବୁନ୍ଦିୟେ ମିଳି ପାରୁନାହିଁ ! ଏଣୁ ରାଜ୍ୟସରକାର ଏ ଉପରେ ଦୃଷ୍ଟି ଦେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ସର୍ବସାଧାରଣ ନିମନ୍ତେ, ଜଳ ଛତ୍ର ବ୍ୟବସ୍ଥା ପାଇଁ ଦାବି ହେଉଛି !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment