ଅବହେଳିତ ହିନ୍ଦୋଳର ଅଧୂଷ୍ଠାତ୍ରୀଦେବୀ ଐତିହାସିକ ରଙ୍କେଇ ପୀଠ।
ଉନ୍ନତିକରଣ ପାଇଁ ଜନସାଧାରଣଙ୍କ ଦାବି।
ହିନ୍ଦୋଳ,
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ହିନ୍ଦୋଳ ଗଡ଼ ର ଐତିହାସିକ ଅଧିଷ୍ଠାତ୍ରୀ ଦେବୀ ମା ରଙ୍କେଇ ପିଠ ଆଜି ଅବହେଳିତ।ହିନ୍ଦୋଳ ସଦର ମହକୁମା ସ୍ଥିତ ହିନ୍ଦୋଳ ରାଜବାଟିରେ ପୂଜା ପାଉଥିବା ତଥା ଶତାଧିକ ବର୍ଷ ପୂର୍ବେ ମାଟିତଳୁ ଉଭା ହୋଇଥିବା ମା'ରଙ୍କେଇ।ରଙ୍କେଇ ମାଆ ଙ୍କ ଉପରେ ପୂଜା ପାଉଛନ୍ତି ଦେବୀ ନୀଳ ସରସ୍ୱତୀ (ରତ୍ନେଶ୍ୱରୀ)।ହିନ୍ଦୋଳର ଐତିହ୍ୟ ଅଧିଷ୍ଠାତ୍ରୀ ଦେବୀ ମା'ରଙ୍କେଇ। ବିଭିନ୍ନ ଅଞ୍ଚଳରୁ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତମାନେ ଛୁଟି ଆସନ୍ତି ମା' ରଙ୍କେଇଙ୍କ ଦର୍ଶନ ନିମନ୍ତେ।ଲୋକଙ୍କ ମତ ଅନୁସାରେ ପ୍ରତ୍ୟକ୍ଷ ଦେବୀ ମା'ଙ୍କୁ ଡାକିଲେ ମନସ୍କାମନା ପୂରଣ କରନ୍ତି।
ମା ପ୍ରଥମେ ଏକତାଳି ପ୍ରଜେକ୍ଟ ତାପରେ ପର୍ବତ ପାହାଡ ମଧ୍ୟରେ ଥିଲେ ପରେ ତାଙ୍କୁ ଜଣେ ପୂଜକ ପୂଜା କରୁଥିଲେ।ତାଙ୍କର ବୃଦ୍ଧାବସ୍ଥା ଆସିବାରୁ ସେ କହିଲେ ଯେ ମୁଁ ତୋପାଖକୁ ଏତେ ବାଟ ଚାଲି ଚାଲି ଆସି କରି ପୂଜା କରି ପାରିବି ନାହିଁ।ତେଣୁ ମା କହିଲେ ତୁ ପଛକୁ ନଦେଖି ଚାଲି ଚାଲି ଚାଲ ମୁଁ ପଛେ ପଛେ ଯାଉଛି,ତତେ ଯେଉଁଠି ସୁବିଧା ହେବ ମୁଁ ସେଇଠି ରହିବି।ଆଉ ମାଆ ଙ୍କ ନିର୍ଦ୍ଦେଶ ରେ ପୂଜକ ମଧ୍ୟ ସେଇଆ କଲେ ପୂଜକ ଜଣକ ଆଗେ ଆଗେ ଚାଲିଲେ ଆଉ ମା ରଙ୍କେଇ ତାଙ୍କ ପଛେ ପଛେ।ତେବେ କିଛି ବାଟ ଗଲାପରେ ମା ଙ୍କର ପାଦର ଘୁଙ୍ଗୁର ଶବ୍ଦ ନ ଶୁଭିବାରୁ ପୂଜକ ଜଣକ ହଠାତ୍ ପଛକୁ ଚାହିଁ ଦେବା ଫଳରେ ମା ଅଟକି ଗଲେ ଆଉ ସେବେ ଠାରୁ ମା ସେହି ଠାରେ ଆଜି ପର୍ଯ୍ୟନ୍ତ ପୂଜା ପାଇ ଆସୁଛନ୍ତି।
ମା ଙ୍କର ମହିମା ଅନେକ।ଥରେ ଗୋଟିଏ ଚୋର ମା ଙ୍କର ଆଖି ଦୁଇଟି ଚୋରୀକରି ନେଇଥିବା ବେଳେ ମା ଙ୍କର ଆଖି ଚୋରୀ କରି ନେଇଥିବା ଚୋରର ଆଖି ଫୁଟିଯାଇଥିଲା ବୋଲି ଶୁଣିବାକୁ ମିଳେ।ମା ଙ୍କର ବଡ଼ଯାତ୍ରା କହିଲେ ସରସ୍ଵତୀ ପୂଜା ଦିନ ମା ଙ୍କର ଜନ୍ମଦିନ ପାଳନହୁଏ।ହିନ୍ଦୋଳ ଦେବୋତ୍ତର ଅଧୀନରେ ଥିବା ଏହି ମନ୍ଦିର କୁ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ଉଦ୍ୟମରେ ପୁରୁଣା ମନ୍ଦିର ସ୍ଥାନରେ ନୂତନ ମନ୍ଦିର ଓ ଉନ୍ନତିକରଣ ହୋଇଥିବା ବେଳେ ବିଧାୟିକା ସୀମାରାଣୀ ନାୟକଙ୍କ ସମୟରେ ମଝିରେ କିଛି ଉନ୍ନତିକରଣ ହୋଇଥିଲା ମାତ୍ର ବର୍ତମାନ ସୁଦ୍ଧା ମୁଖ୍ୟ ରାସ୍ତା ଜଗନ୍ନାଥ ମନ୍ଦିର ଠାରୁ ରଙ୍କେଇ ମନ୍ଦିର ପର୍ଯ୍ୟନ୍ତ ଅତ୍ୟନ୍ତ ବିପଦସଂକୁଳ ତଥା କଦର୍ଯ୍ୟ ହୋଇ ପଡିଥିବା ବେଳେ ମନ୍ଦିର ଚତୁଃପାର୍ଶ୍ଵ ପ୍ରାଚେରି ଓ ଭବ୍ୟ ମୁଖଶାଳା ମଧ୍ୟ ନାହିଁ ଯାହାକି ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ପ୍ରକାଶ ହୋଇଛି। ତେବେ ଠିକାଦାରୀ ଉଦ୍ଦେଶ୍ୟ ନରଖି ଏହି ମନ୍ଦିରର ଉନ୍ନତିକରଣ ପାଇଁ ପଦକ୍ଷେପ ନେବାକୁ ହିନ୍ଦୋଳ ବାସୀ ଦାବି କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment