BREAKING
Loading...
:

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ କଣାବାଇ ଗ୍ରାମ ପଞ୍ଚାୟତର ରେଟିଲୀପଦର ଗ୍ରାମରେ ଦେଖିବାକୁ ମିଳିଛି ବଣୁଆ ହାତୀଙ୍କ ମେଳ।

 



ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ କଣାବାଇ ଗ୍ରାମ ପଞ୍ଚାୟତର ରେଟିଲୀପଦର ଗ୍ରାମରେ ଦେଖିବାକୁ ମିଳିଛି ବଣୁଆ ହାତୀଙ୍କ ମେଳ।

ଗତ କିଛି ଦିନ ଧରି ବିଷମ କଟକ ଅଞ୍ଚଳରେ ଭାଲୁ ଓ ହରିଣ ଦେଖାଯାଇଥିବା ବେଳେ, ବର୍ତ୍ତମାନ କଣାବାଇ ପଞ୍ଚାୟତରେ ବଣୁଆ ହାତୀଙ୍କ ଉପସ୍ଥିତି ଲୋକଙ୍କ ଭୟ ବଢ଼ାଇଛି।

ସୂଚନା ଅନୁସାରେ, ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଗୋଟିଏ ହାତୀ ଗ୍ରାମର ପୋଖରୀ ମଧ୍ୟରେ ଜଳ କ୍ରୀଡା କରୁଥିବା ଦେଖାଯାଇଥିଲା। ସେହି ସମୟରେ ଆଉ ତିନୋଟି ହାତୀ ପାହାଡ଼ ଉପରେ ଥିବାର ସୂଚନା ମିଳିଛି।

ହାତୀଙ୍କ ଏହି ଆତଙ୍କ ଯୋଗୁଁ ରେଟିଲୀପଦର, କାର୍ଲି ଓ ହାନ୍ଦିଲି ଗ୍ରାମର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଏପର୍ଯ୍ୟନ୍ତ ଜଙ୍ଗଲ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS